jayashree

୨ ଲକ୍ଷ ଭକ୍ତଙ୍କ ସମାଗମରେ ଶୃଙ୍ଖଳିତ ଦର୍ଶନ ସହ ନୀଳାଦ୍ରି ବିଜେ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶେଷ ହୋଇଯାଇଛି, ଶ୍ରୀକ୍ଷେତ୍ର ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପରମ୍ପରା । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ତିନି ରଥରୁ ଚାରମାଳଦେଇ ତିନି ଦିଅଁ ଓଲ୍ଲାଇ ପଡିଛନ୍ତି । ବିଳମ୍ବିତ ରାତ୍ରି ସମୟରେ ସେବାୟତ ପଣ୍ଡା, ପଢ଼ିୟାରୀ, ଦଇତାପତି, ପତିମହାପାତ୍ର ଏବଂ ଅନ୍ୟ ସେବାୟତମାନଙ୍କ ଦ୍ୱାରା ଘଣ୍ଟା-ଘଣ୍ଟ ନାଦରେ ବର୍ଣ୍ଣାଢ଼୍ୟ ସମାରୋହରେ ପହଣ୍ଡି ସମ୍ପନ୍ନ ହୋଇ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି । ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉମାନେ ଶୁକ୍ରବାର ମଧ୍ୟ ରାତ୍ରୀ ସୁଦ୍ଧା ରତ୍ନ ସିଂହାସନ ଆରୋହଣ କରିଛନ୍ତି । ପ୍ରଥମେ ରଥ ଉପରେ ଅବସ୍ଥାନ କରିଥିବା ପାର୍ଶ୍ଵ ଦେବାଦେବୀଙ୍କ ପହଣ୍ଡି ବିଜେ କରିଛନ୍ତି । ପରେ ରାତ୍ର ଦଶ ଘଣ୍ଟା ସମୟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ସ୍ଵାମୀଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀ ବଳଭଦ୍ର ସ୍ଵାମୀଙ୍କର ବାଇଶି ପାହାଚ ଅତିକ୍ରମ କରିବା ପରେ ପରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତଙ୍କୁ ଆହ୍ଲାଦିତ କରିବା ପାଇଁ ଗୁଳିଗୁଳିରୁ ଟିକିଏ ଆସ୍ୱସ୍ତି ଦେବା ପାଇଁ ଇନ୍ଦ୍ରଦେବ ସ୍ୱଳ୍ପ ବୃଷ୍ଟିପାତ କରି ଭକ୍ତଜନଙ୍କୁ ଖୁସି କରିଥିବା ଏକ ଅଲୌକିକ ଘଟଣା ଦୃଶ୍ୟମାନ ହୋଇଥିଲା । ତିନି ଦିଅଁ ଗର୍ଭ ଗୃହକୁ ଯିବା ପୂର୍ବରୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଶ୍ରୀ ଜଗନ୍ନାଥ ମାନ-ଭଞ୍ଜନ କରିଥିଲେ । ଭକ୍ତ ସେବାୟତଙ୍କ ଗୀତ ଗାନ କରିବାରେ ଅଗଣିତ ମହିଳା ଭକ୍ତ ଭକ୍ତି ଭାବାପନ୍ନରେ ଖୁସିରେ ମଜ୍ଜି ଯାଇଥିଲେ । ଏହି ମହନୀୟ ରଥଯାତ୍ରା ପାଳନ ତଥା ଜଗନ୍ନାଥ ସଂସ୍କୃତି ପରମ୍ପରା ବିଶ୍ଵ ପ୍ରସିଦ୍ଧ ଅଟେ ବୋଲି ଜଗତରେ ବିଶ୍ୱାସ ଭାଜନ ହୋଇଛି ବୋଲି କୁହାଯାଏ ।

Leave A Reply

Your email address will not be published.