
ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନବୀନ ଜୈନ ସଇଁତଲା ଅଞ୍ଚଳକୁ ଗ୍ରସ୍ତ କରି ମା’ ଚଣ୍ଡୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ଲୋକମାନଙ୍କୁ ଭେଟି ନିଜ ସପେକ୍ଷରେ ଭୋଟଦାନ ପାଇଁ ଅନୁରୋଧ କରିଥିଲେ । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନବୀନ ଜୈନ ସଇଁତଲା ସହର ଅଧିଷ୍ଠାତ୍ରୀ ମା’ ଚଣ୍ଡୀଙ୍କ ଦର୍ଶନ କରିଥିଲେ । ଏହା ପରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନା ଉପରେ ଆଲୋଚନା କରି ମୋଦିଜୀଙ୍କ ବିକାଶର ବାର୍ତ୍ତାକୁ ନେଇ ଲୋକଙ୍କ ପାଖକୁ ପହଂଚିବି ବୋଲି କହିଥିଲେ । ଏହା ସହିତ ବିଜେଡି ସରକାରର ୨୪ ବର୍ଷ ଶାସନ କାଳରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଏବେ ବି ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି । ଏପରିକି ଦାଦନ ସମସ୍ୟାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତାଘାଟ, ଚାଷୀ ମାରଣ ନୀତି, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଡାକ୍ତର ସମସ୍ୟା ସହ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଂଚିବି ବୋଲି ସେ ପ୍ରକାଶ କରିଥିଲେ । ଏହି ଚଳିତ ନିର୍ବାଚନରେ ମୋ ପ୍ରତି ଜଣସାଧାରଣଙ୍କ ସମର୍ଥନ ରହିଛି । ଲୋକେ ବିଜେପି ଦଳଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ସହ ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବୁ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାପରେ ତୁଷୁରା ଏନ୍ଏସିର ଏକ ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ । ଏହି ସମୟରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର, ବିରଞ୍ଚି ସାହୁ, କୈଳାଶ ସାହୁ, ସଞ୍ଜୟ ତ୍ରିପାଠୀ, ନକୁ ସାହୁ, ସଞ୍ଜୟ ବେହେରା, ସ୍ୱାମୀ ଶର୍ମା, ଡୋଳାମଣି ବସ୍ତିଆ, ଆଶିଷ ବେହେରା, ଜଗୁ, ଟିକୁ, ନରେଶଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।