jayashree

ଡୁଙ୍ଗୁରିପାଲି ଗାଁର ମା’ ମାହେଶ୍ୱରୀ ଦେବୀଙ୍କ ଦର୍ଶନ କଲେ ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଅବସ୍ଥିତ ମା’ ମାହେଶ୍ୱରି ପୀଠ । ଯାହାକି ୧୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ପୀଠ ସ୍ଥାପନା ହୋଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦୀର୍ଘ ୫ ପିଢ଼ି ଧରି ଭାଗିରଥି ଛନ୍ଦ, ଯୁଗେଶ୍ୱର ଛନ୍ଦ, ଉଜଳ ଛନ୍ଦ, ପୁରାଣ ମହାକୁର, ଶମ୍ଭୁ ମହାକୁର, ନିରନ୍ତର ଭାବେ ମାଆଙ୍କ ପୂଜାକରି ଆସୁଛନ୍ତି । ଦଶହାର ମାସର ନବମୀ ଓ ପୂର୍ଣ୍ଣମୀ ତିଥିରେ ତଥା ପ୍ରତ୍ୟହ ପୂର୍ଣ୍ଣମୀ ତିଥିରେ ପୂଜାପାଠ କରାଯାଏ । ଖଣ୍ଡା ଲେଉଟା ଦିନରୁ ଅଖଣ୍ଡ ଦୀପ ଲାଗି ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ଭକ୍ତମାନେ ନିର୍ଜଳା ଉପବାସ ରହି ପ୍ରତ୍ୟହ ଦିନ ସକାଳୁ ଓ ସନ୍ଧ୍ୟାରେ ମା’ଙ୍କୁ ପୂଜା କରିଥାନ୍ତି । ଏହି ତିଥିରେ ଶହ ଶହ ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହୋଇଥାଏ, ସର୍ବ ପୁରାତନ ଡାଲଖାଇ ଗୀତର ତାଳେ ତାଳେ ନାଚିଥାନ୍ତି । ଏହି ନାଚକୁ ଦେଖିବା ପାଇଁ ଅଞ୍ଚଳରେ ଭିଡ ଛୁଟିଥାଏ । ବର୍ତ୍ତମାନ ଏହି ପୀଠରେ ସମ୍ଭୁ ମହକୁର ପୂଜା କରିଆସୁଛନ୍ତି । ଏହି ପୂଜା ଅବସରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ଡକ୍ଟର ମୁକେଶ ମହଲିଙ୍ଗ ମା’ ମାହେଶ୍ୱରୀଙ୍କୁ ଦର୍ଶନ କରି ଡୁଙ୍ଗୁରିପାଲି ଓ କୁଟାସିଂହା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ଦୀର୍ଘାୟୁ କାମନା କରି ଅଞ୍ଚଳରେ ବିକାଶ କରିବା ପାଇଁ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ ବୋଲି ଆଶୀର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.