ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ : ପୁରୀରେ 5T ସଚିବ ଭି. କେ. ପାଣ୍ଡିଆନ୍ । ସୋମବାର ସକାଳୁ 5T ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଥିଲେ । ତେବେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉମାତ୍ର ଖୁବ୍ କମ୍ ଦିନ ଥିବାରୁ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଚାଲିଥିବା ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ପରେ 5T ସଚିବ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.