ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କ୍ରୀଡା ପ୍ରେମୀ, ଖେଳାଳି ଓ ସଂସ୍କୃତିର ମାଟି ଅଟେ । ଏହି ମାଟିରୁ ବିଗତ ଦିନମାନଙ୍କରେ ଏଥେଲେଟିକର ବିଭିନ୍ନ ଶ୍ରେଣୀରେ ବୋହୁ ଖେଳାଳି ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳରେ ଭାଗ ନେଇ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ଯାହା ପଛରେ ପଦ୍ମପୁର ଏଥେଲେଟିକ ଆସୋସିଏସନ୍ ଅନବରତ ପ୍ରୟାସ କରିଆସିଛି । ଏଥେଲେଟିକ ଆସୋସିଏସନ୍ ତରଫରୁ ଅଞ୍ଚଳର ଖେଳାଳିମାନଙ୍କ ଅଗ୍ରଗତିକୁ ଦୃଷ୍ଟିରେ ରଖି ବିଗତ ବର୍ଷମାନଙ୍କରେ ସର୍ବଭାରତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟରେ, ଖେଳାଳିମାନଙ୍କ ପାଇଁ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ସମୟରେ ମିଳିଥିବା ଅନୁଦାନରୁ ଏକ ଚେଞ୍ଜିଙ୍ଗ ରୁମ, ଅଶୋକ ପଡିଆରେ ଅସାଧୁ ଏବଂ ଦୁର୍ବୃତ୍ତଙ୍କ ଆସାମାଜିକ କାର୍ଯ୍ୟ କଳାପ ରୋକିବା ପାଇଁ ଭାଙ୍ଗି ଯାଇଥିବା ଉଭୟ ଗେଟର ନବୀକରଣ ତଥା ପଡିଆ ରାସ୍ତା କୁ ଫାଇବର ବ୍ଲକ ପକାଇ ସୌନ୍ଦର୍ଯ୍ୟକରଣ ସହ ପଡିଆରେ ପୂର୍ବତନ ସାଂସଦ ସୁରେଶ ପୂଜାରୀଙ୍କ ସମୟରେ ମିଳିଥିବା ଅନୁଦାନରୁ ୩୦୍ଠ୬୦ ( ୧୮୦୦ବର୍ଗ ଫୁଟ) ର ଏକ ମଞ୍ଚ ନିର୍ମାଣ ପରି ବିଭିର୍ଣ୍ଣ ପ୍ରକାରର କାର୍ଯ୍ୟ କରିଆସୁଛି । କିନ୍ତୁ ବର୍ତ୍ତମାନ କିଛି ମୁଷ୍ଟିମେୟ ଖଳ ପ୍ରବୃତ୍ତି ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ଏଥେଲେଟିକ ଆସୋସିଏସନ୍ କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ବାରି ହେଉଛି । ଏମିତି କି ଗତ କିଛିଦିନ ପୂର୍ବରୁ ଏଥେଲେଟିକ ଆସୋସିଏଷନ ତରଫରୁ ଏକ ପ୍ରତିନିଧି ଦଳ ଅଶୋକ ଖେଳ ପଡିଆକୁ ଏକ ଅତ୍ୟାଧୁନିକ ଷ୍ଟେଡିୟମରେ ପରିଣତ କରିବା ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କ ଭେଟି ଅବଗତ କରିଥିଲେ ପରେ ସାଂସଦ ମଧ୍ୟ ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀଙ୍କ ଆଲୋଚନା କରିବା ସହ ଖୁବ ଶୀଘ୍ର କାର୍ଯ୍ୟରମ୍ଭ ପାଇଁ ମଧ୍ୟ ଅନୁମାନ କରାଯାଉଥିବା ବେଳେ ତାକୁ ପରୋକ୍ଷରେ ନହେବାକୁ ଦେବା ପାଇଁ ଆଜି ଧାରଣାରେ ବସି ଏକ ହିନ ଚକ୍ରାନ୍ତ ଚଳାଇଛନ୍ତି ଜାହା ପୂର୍ଣ୍ଣତଃ ହାସ୍ୟାସ୍ପଦ ଅଟେ । ବିଗତ ଦୀର୍ଘ ବର୍ଷ ଧରି ନିଜ ସରକାର ସାଶନରେ ଥିବା ସତ୍ୱେ ମଧ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ଅଞ୍ଚଳର କ୍ରୀଡା ସଂଘ ପାଇଁ କରିବା ତ ଦୂର ଆଳ ଆଖିରେ ଦେଖି ମଧ୍ୟ ନାହାନ୍ତି ଆଉ ଆଜି ନିଜର ରାଜନୈତିକ ଖଳ ଉଦେଶ୍ୟ ପୁରଣ କରିବା ପାଇଁ କୁମ୍ଭୀର କାନ୍ଦଣା ନକରି ତାଙ୍କ ସରକାର ସମୟରେ କଣ ପାଇଁ ଥରୁ ଟିଏ ମଧ୍ୟ ଏଥେଲେଟିକ ଆସୋସିଏଷନ ତଥା କ୍ରୀଡ଼ାବିତ ମାନଙ୍କ ବିକାଶ କଥା ମାନେ ପଡୁନଥିଲା, ଦରକାର ମାନେ ହେଉନଥିଲା ନା ବିଗତ ସରକାର ଏବଂ ବିଗତ ସ୍ଥାନୀୟ ନେତୃତ୍ୱଙ୍କ ଇଚ୍ଛା ଶକ୍ତିର ଅଭାବ ଥିଲା ତାର ଆଗେ ଉତ୍ତର ଦିଅନ୍ତୁ ନଚେତ ଏ ପାଖଣ୍ଡ ବନ୍ଦ କରନ୍ତୁ ବୋଲି ମତ ପ୍ରକାଶ ପାଉଛି ।
Prev Post