ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗିର କନ୍ଧପାଲିପଡାର ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଳତ । ଟାଉନ୍ ଚPS କେସ୍ ନମ୍ବର 217/2013, U / S-302/34 ଆଇପିସିରେ ଏହି ୫ ଜଣ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ସହ ୧୦,୦୦୦ ଟଙ୍କା ଲେଖାଏଁ ଜରିମାନା ଦେବେ ବୋଲି ଆଜି ଏସ୍ପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ କରୁଥିବା ଏଏସ୍ଆଇ ତପସ୍ୱିନୀ ସେଠଙ୍କୁ ଏସ୍ପି ନିତିନ କୁଶଲକର ପ୍ରଶଂସା କରିଛନ୍ତି ।