ନାବାଳିକା ଦୁଷ୍କର୍ମକାରୀକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ବେଲଘର ଥାନା ଅଞ୍ଚଳର ଶଙ୍କର ପ୍ରଧାନୀ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ପୋକସୋ କୋର୍ଟ ସ୍ୱତନ୍ତ୍ର ଜଜ୍‌ ସମର ବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ଛ’ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ମାନ୍ୟବର ସ୍ଵତନ୍ତ୍ର ଜର୍ଜ ।ପ୍ରକାଶ ଯେ,ଗତ ୨୦୧୪ ମସିହା ଜାନୁୟାରୀ ମାସ ୧୪ ତାରିଖ ଦିନ ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଶଙ୍କର ପ୍ରଧାନୀ । ଏନେଇ ବେଲଘର ଥାନା ପୋଲିସ ୨/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.