ଦଣ୍ଡନୃତ୍ୟ କଳାକାରମାନଙ୍କ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳାମଣ୍ଡଳର ପୁରାତନ ମଞ୍ଚରେ ବରିଷ୍ଠ କଳାକାର ଗୋଲାପ ବାଗଙ୍କ ସଂଯୋଜନାରେ ବଲାଙ୍ଗିର ଜିଲ୍ଲାର ଦଣ୍ଡନୃତ୍ୟ କଳାକାରମାନଙ୍କୁ ନେଇ ଏକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସଂଦୀପ କୁମାର କୁଅଁର, ଦଣ୍ଡନୃତ୍ୟ ପ୍ରତିଯୋଗିତାର ବିଶିଷ୍ଟ ବିଚାରକ ସାରଳା ଗଡତିଆ, ସାମାଜିକ କର୍ମୀ ସରୋଜ ମହାକୁର ଅତିଥି ଭାବରେ ଯୋଗ ଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରି କଳାକାରମାନେ ସଂଗଠିତ ଭାବରେ ରହିଲେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ବୋଲି କହିଥିଲେ । ପରେ ପରେ ବିଭିନ୍ନ ବ୍ଲକରୁ ଆସିଥିବା ଦଣ୍ଡନୃତ୍ୟ କଳାକାରମାନେ ସମ୍ମିଳନୀ ଆୟୋଜନ ସଂପର୍କରେ ଓ କଳାକାରମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଲା ସଭାପତି ଭାବେ ସାନନ୍ଦ ସିକାଙ୍କୁ ସର୍ବସମ୍ମତିରେ ମନୋନୀତ କରାଯାଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ଗୋଲାପ ବାଗ, ଅନ୍ୟ ଉପଦେଷ୍ଟା ଭାବରେ ଗୁରୁଶ୍ରୀ ରାମଚନ୍ଦ୍ର ସୁନା, ସାରଳା ଗଡତିଆ, ସରୋଜ ମହାକୁର ଓ ଆଗଲପୁର ବ୍ଲକର ପଞ୍ଚାନନ ବାଗ, ପାଟଣାଗଡ ବ୍ଲକର ରବୀନ୍ଦ୍ର ତାଣ୍ଡି, ଲୋଇସିଂହା ବ୍ଲକର ତ୍ରିନାଥ କଲେତ ଓ ପୁଇନ୍ତଳା ବ୍ଲକର ଯାଦବ କର୍ମୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇ ଆଗାମୀ ସମୟରେ ସମସ୍ତ ବ୍ଲକରୁ କଳାକାରମାନଙ୍କୁ ସମ୍ମିଳିତ କରାଯାଇ ଦଣ୍ଡନୃତ୍ୟ କଳାକାର ସଂଘକୁ ପରିବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.