ପୁରୀ : ପୁରୀ ଜିଲ୍ଲା ଗୋପ ଥାନା ବଣିଆ ସାହିରେ ଅଘଟଣ । ରୋଷେଇ କରୁଥିବା ବେଳେ ଗ୍ୟାସ୍ରେ ନିଆଁ ଲାଗି ସ୍ଵାମୀ-ସ୍ତ୍ରୀଙ୍କ ସମେତ ୩ ଗୁରୁତର । ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଦମ୍ପତିଙ୍କ ଶରୀର ୪୦ ରୁ ୫୦ ଭାଗ ପୋଡି ଯାଇଥିବା ଡାକ୍ତର କହିଛନ୍ତି । ସୂଚନା ଅନୁସାରେ, ଗୋପ ପୟରା ପଞ୍ଚାୟତ ଯମରା ଗ୍ରାମର ନାରାୟଣ ମଲ୍ଲିକ ତାଙ୍କ ସ୍ତ୍ରୀଙ୍କ ସହ ବଣିଆ ସାହିରେ ଦୀର୍ଘ ଦିନ ହେବ ଭଡା ଘରେ ରହି ଆସୁଥିଲେ । ଗୁରୁବାର ରାତିରେ ସ୍ୱାମୀ ସ୍ତ୍ରୀ ଦୁହେଁ ରୋଷେଇ କରୁଥିବା ବେଳେ ଗ୍ୟାସ୍ରୁ ଉଭୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ନାରାୟଣଙ୍କ ସଡୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ । ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତିନି ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି । ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବା ବେଳେ ସ୍ୱମୀ ଏବଂ ସ୍ତ୍ରୀଙ୍କ ଶରୀର ୪୦ ରୁ ୫୦ ଭାଗ ପୋଡି ଯାଇଥିବା ଗୋପ ଡାକ୍ତର କହିଛନ୍ତି ।
