ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜାତୀୟ ଅଙ୍ଗଦାନ ଦିବସ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ନିବାସୀ ଉଚ୍ଚ ଶିକ୍ଷିତ ସମାଜସେବୀ ପବିତ୍ର ନାରାୟଣ ନେପାକ ଏବଂ ତାଙ୍କ ଧର୍ମପତ୍ନୀ ଶିକ୍ଷୟତ୍ରୀ ଶୋଭନା ମହାପାତ୍ର ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ ଆସି ମୃତ୍ୟୁ ପରେ ଶରୀର ଦାନ ପାଇଁ ବିଧିବଦ୍ଧ ଭାବେ ପଂଜିକରଣ କରିଛନ୍ତି । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ର ଆନାଟୋନୀ ବିଭାଗରେ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ସାହୁଙ୍କ ଉପସ୍ଥିତିରେ ଦୁଇ ସ୍ୱାମୀ ସ୍ତ୍ରୀ ମୃତ୍ୟୁପରେ ତାଙ୍କର ଶରୀର ମେଡ଼ିକାଲ୍ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ବ୍ୟବହୃତ ହେବ ବୋଲି ନିଜର ସ୍ୱୀକାର ନାମା ପ୍ରଦାନ କରିଛନ୍ତି । ଏଭଳି ପଦକ୍ଷେପ ପାଇଁ ଆଭ ସମାଜର ବ୍ୟକ୍ତିବିଶେଷ ଆଗଭର ହେବା ଉଚିତ ବୋଲି ଉଭୟ ଦମ୍ପତ୍ତି ମତ ଦେଇଛନ୍ତି ।
