ଆକର୍ଷଣୀୟ ହେଉଛି ଡାଲଖାଇ ପାହାଡ଼

ଲୋଇସିଂହା, (କେପିଏନ୍‌ଏସ୍‌) : ପଥର ଉପରେ ପଥର ରହି ସଜେଇ ହୋଇଛି ଗୁମ୍ଫା । ଗୁମ୍ଫାରେ ରହିଛି ବିଭିନ୍ନ କିମ୍ବଦନ୍ତୀ । ଯାହାକି ସାଧାରଣ ଦର୍ଶକଙ୍କ ପାଇଁ ମନମୁଗ୍ଧକର । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ସ୍ଥାନୀୟ ଲୋକଙ୍କ ପାଇଁ ଏହି ପାହାଡ଼ ଏକ ମନଲୋଭା ସ୍ଥାନ ପାଲଟି ଥିବା ବେଳେ ଏବେ ଆକର୍ଷଣୀୟ ହେବାକୁ ଯାଉଛି ଡାଲଖାଇ ପାହାଡ଼ । ଲୋଇସିଂହ। ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ନିକଟରେ ରହିଛି ଏହି ପାହାଡ଼ । ଗ୍ରାମର ପୂର୍ବପୁରୁଷଙ୍କ ସୂଚନା ଅନୁଯାୟୀ, ଏହି ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଜଣେ ବାବା ସିଦ୍ଧପ୍ରାପ୍ତି ପାଇଁ ମାସ।ଧିକାଳ ତପସ୍ୟା କରିଥିଲେ । ଯାହାକି ଲୋକଲୋଚନ ସହ ଗୁମ୍ଫାରେ ରହିଥିବା ଖଟ ସଦୃଶ ପଥର ଓ ଅନ୍ୟାନ୍ୟ କିଛି କିମ୍ବଦନ୍ତୀରୁ ବିଶ୍ୱାସ ହୁଏ । ଏହାସହ ପାହାଡ଼ର ମଝିରେ ଅନ୍ଧାରୀ ପାଟ ଦେବୀଙ୍କ ଆଶ୍ରୟ ସ୍ଥଳୀ ରହିଛି । ଯାହାକି ବିପଦ ସମୟରେ ସ୍ଥାନୀୟ ଲୋକେ ଦେବୀଙ୍କୁ ପୂଜାର୍ଚ୍ଚନା କରି ବିପଦରୁ ମୁକ୍ତି ପାଇଥାନ୍ତି । ଏହି ପାହାଡ଼ରେ ଅନେକ ପଥର ରହିଛି ଯାହାକି ବିପଦଶଙ୍କୁଳ କହୁଥିଲେ ମଧ୍ୟ ଦର୍ଶକଙ୍କୁ ଆକର୍ଷଣୀୟ ଲାଗିଥାଏ । ଏହି କ୍ରମରେ ପ୍ରାୟ ୫୦ ବର୍ଷ ପୂର୍ବରୁ ଝାରମୁଣ୍ଡ। ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ପଡୋଶୀ ଗାଁ ଲୁଚକିବାହ।ଲ, ପର୍ଦ୍ଧିଆପଲି, ଆମ୍ବପାଲି, ମନ୍ସ।ପାଲି, ପଣ୍ଡକିଟାଲ ଗ୍ରାମବାସୀଙ୍କ ସହଯୋଗରେ ବର୍ଷା ଅଭାବ ସମୟରେ ଇନ୍ଦ୍ର ପୂଜା ହେଉଥିଲା । ପର୍ଯ୍ୟାୟକ୍ରମେ ଗିରିଗୋବର୍ଦ୍ଧନ ପୂଜା ପାଳିତ ହୋଇ ଅନ୍ନକୋଟ ସମାରୋହ ହୋଇ ଆସୁଛି । ତେବେ ଗତ ବର୍ଷ ଝାରମୁଣ୍ଡ। ସରପଞ୍ଚଙ୍କ ଉଦ୍ୟମ କ୍ରମେ ପାହାଡ଼ ଉପରକୁ ପାହାଚ ନିର୍ମାଣ ହୋଇଥିବା ବେଳେ ଚଳିତ ବର୍ଷ ପାହାଡ଼ ମଝିରେ ଏକ ମଣ୍ଡପ, ପାହାଡ଼ ପାଦ ଦେଶରେ ଏକ ତୋରଣ ସହ କିଛିଟା ସୌନ୍ଦର୍ଯ୍ୟକରଣ କାମ ହେଉଥିବା ଦେଖାଯାଇଛି । ଏହାସହ ପାହାଡ଼ର ପାଦଦେଶରେ ହେଉଥିବା ଅନ୍ନକୋଟ ସ୍ଥଳରେ ଥିବା ବରଗଛକୁ ଚାନ୍ଦନୀ ସହ କଂକ୍ରିଟ କରଣ ଓ ଏକ ବିଶ୍ରାମସ୍ଥଳୀ ନିର୍ମାଣ ହୋଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣୀୟ ହୋଇଥିବା ବେଳେ ପ୍ରାୟ ୨ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କ ଏକ ବଣଭୋଜି ସ୍ଥଳ ପାଲଟିଛି । ତେବେ ଏହି ପାହାଡ଼କୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଦ୍ୟୁତ ସଂଯୋଗର ଅ।ବଶ୍ୟକତା ରହିଥିବା ବେଳେ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଅନେକ କାମ ରହିଛି । ତେଣୁ ସରକାର ଏହି ପାହାଡ଼ର ଉନ୍ନତି ସହ ଲୋକଙ୍କ ବୁଲାବୁଲି ପାଇଁ ଏକ ପାର୍କ, ପାନୀୟ ଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ କାମ କରିବାକୁ ଝ।ରମୁଣ୍ଡ। ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

Leave A Reply

Your email address will not be published.