ଡୁମେରବାହାଲ ଗାଁରେ ଷୋହଳ କୋଠି ପୂଜା ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମେରବାହାଲ ଗାଁ ଗୌରପଡାରେ ଷୋହଳ କୋଠି ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ ଉତ୍ସବ ତିନିଦିନ ଧରି ପାଳନ ହୋଇଯାଇଛି । ଗ୍ରାମର ଗୋମତି ହଂସ, ଗିରିଜା ବାଗ, ନୁଆଦେଈ ସେଠ, ଜାମା ବାଗ, ଯମୁନା ବରିହା, ଧୁବନି ବରିହା, ପ୍ରମିଳା ବାଗ, ବୀଣା ବାଗ, ପାରିଜାତ ବାଗ, ସରସ୍ୱତୀ ବାଗ, ରୀନା ଗୌଡା, ଲକ୍ଷପତି ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ ଜଣ କୁଆଁରୀ କନ୍ୟା ୩ ଦିନ ଧରି ନିର୍ଜଳା ଉପବାସ ରହି ଷୋହଳ କୋଠିରେ ଷୋହଳ ଦେବାଦେବୀ ଓ ଗ୍ରାମ ଦେବାଦେବୀଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ଲୁପ୍ତ ପ୍ରାୟ ଧୁନକେଳ ଓ ପଞ୍ଚବାଦ୍ୟରେ ପୂଜାସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା । ଢୋଲ, ମୁହୁରି ତାଳେ ତାଳେ ଝିଅ ମାନେ ଡାଳଖାଇ ନୃତ୍ୟ ପରିବେଷଣ କରି ଗାଁର ପରିକ୍ରମା କରିଥିଲେ । ବେଦବ୍ୟାସ ହଂସ, ଭବାନୀ କରୁଆଳ, ପିଣ୍ଟୁ ବାଗ, କୁମର ହଂସ, ଚତୁର୍ଭୁଜ ନେତାମ, କେଶବ ବାଗ, ଦିଲ୍ଲୀପ ବାଗ, ସୁଦାମ କନ୍ଧେର, ଘନଶ୍ୟାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.