ଦଲାଲ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କାର କପା

ଟିଟିଲାଗଡ, (ଗୌରବ ଦର୍ଜୀ) : ସିଲଣ୍ଡା ଗ୍ରାମର କପା ଚାଷୀ ୨୦୧୯ ମସିହାରେ କପା ଚାଷ କରି ଦଲାଲ ମାନଙ୍କୁ ବିକ୍ରି କରିଥିଲେ । ପ୍ରାୟ ୯ ଲକ୍ଷ ଟଙ୍କାର କପା ଦଲାଲ ମାନଙ୍କୁ ବିକ୍ରି କରିଥିଲେ । କିନ୍ତୁ ଦଲାଲ ମାନେ ତାଙ୍କୁ କପା ବାବଦକୁ କୌଣସି ଟଙ୍କା ନ ଦେଇ ଭୁଆଁ ବୁଲାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ୨୦୧୯ରେ କପା ଚାଷ କରି ସୁର୍ଡା ଗ୍ରାମର ଚନ୍ଦ୍ର ରଣା ଓ ଅଲଣ୍ଡାର ଫକୀର ନାଏକ ଦୁହିଁଙ୍କୁ ପ୍ରାୟ ୯ ଲକ୍ଷ ଟଙ୍କାର କପା ବିକ୍ରି କରିଥିଲେ । କିନ୍ତୁ ସେ ଦୁହେଁ ଆଜି ପର୍ୟ୍ୟନ୍ତ କପା ବାବଦକୁ କୌଣସି ଟଙ୍କା ଦେଇ ନାହାନ୍ତି । ପୂର୍ବରୁ ଦୁଇ ବର୍ଷ ମଧ୍ୟ ସେମାନଙ୍କୁ କମ ଦାମରେ କପା ବିକ୍ରି କରି ଚାଷୀ ହଇରାଣ ହୋଇଥିଲେ । ସିଲଣ୍ଡା ଗ୍ରାମର ଚାଷୀମାନେ ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପାଖରେ ଆଜି ଫେରାଦ ହୋଇଥିଲେ । ଉପଜିଲ୍ଲାପାଳ ଏହାକୁ ଏକ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରି ଅଭିଯୁକ୍ତକୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!