ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ବଡଗମଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟଆଜି ଚତୁର୍ଥ ଦିନରେ ପହଂଚିଛି । ଆୟୋଜିତ ଚତୁର୍ଥ ଦିବସରେ ପୂର୍ବତନ କପିଲାଭଟା ପଂଚାୟତ ନାଏବ ସରପଂଚ ଦିଲୀପ ପୁଟେଲ, ପୂର୍ବତନ ୱାର୍ଡ ମେମ୍ବର ଦିଲୀପ ବାଗ, ସମାଜକର୍ମୀ କନ୍ଦର୍ପ ଭୋଇ, ଅଶୋକ ଛୁରା, ପୂର୍ବତନ ସର୍ବେକ୍ଷଣ ଅଧିକାରୀ ଦେବେନ୍ଦ୍ର ମାଝୀ, ଶିବନାରାୟଣ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଧନଞ୍ଜୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଚତୁର୍ଥ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ଜାମପଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ଏଥିରେ ମନିଗାଁ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ମୁରିବାହାଲ ଓ ବଡଗମଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ବଡଗମଡା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଚଉ ଭୋଇ, ମନୁ ମାଝୀ, ସହଯୋଗ କରିଥିଲେ । ଆୟୋଜକ ମଣିଶ୍ରୀ ଫୁଟବଲ କ୍ଲବର ସୁଶିଲ ମାଝୀ, ଅରୁଣ ମାଝୀ, ଯଜ୍ଞଦତ୍ତ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ, ମହେଶ ମାଝୀ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ ।

jittmm
Leave A Reply

Your email address will not be published.