oom

ବର୍ଷାରେ ବେହାଲ ସଇଁନ୍ତଲା ଡାକ୍ତରଖାନା : ଛାତରୁ ଝରୁଛି ପାଣି ରୋଗୀ ହନ୍ତସନ୍ତ, ପ୍ରଶାସନର ଅବହେଳା ଯୋଗୁଁ ରୋଗୀ ହଇରାଣ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତେକ ଡାକ୍ତରଖାନାର ସ୍ୱଚ୍ଛତା, ସୁନ୍ଦର ପରିବେଶ ତଥା ଡାକ୍ତରଖାନାକୁ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ପାଇଁ ସ୍ଥାନୀୟ ଡାକ୍ତରଖାନାର ଅଧିକାରୀଙ୍କୁ ଦାୟିତ୍ୱ ଦେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇ ପଡିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ମୁଖ୍ୟ ଡାକ୍ତରଖାନା । ବ୍ଳକର ୨୨ଟି ପଞ୍ଚାୟତର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଡାକ୍ତରଖାନାର ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ତେବେ ଆଜି କିଛି ବର୍ଷା ଲାଗି ରହିଥିବା ବେଳେ ପ୍ରତେକ କୋଠରୀରେ ଛାତ ଉପରରୁ ପାଣି ଗଳୁ ଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଡାକ୍ତରଖାନାକୁ ପୁରସ୍କୃତ କରିବା ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା କାରଣ ଡାକ୍ତରଖାନାର ଅନେକ ରକ୍ଷଣାବେକ୍ଷଣ ଠିକ୍‌ ଥିବା ନେଇ ପ୍ରଶାସନର ଆଖିକୁ ଦେଖା ଯାଇଥିଲା ହେଲେ ଡାକ୍ତରଖାନାର ଅବସ୍ଥା ବର୍ତ୍ତମାନ କହିଲେ ନସରେ । ବାହାରରୁ ସୁନ୍ଦର ଦେଖାଯାଉ ଥିବା ବେଳେ ଭିତର କଥା ନକହିଲେ ଭଲ । ଡାକ୍ତରଖାନା ଅଧିକାରୀ ଅବହେଳା ଯୋଗୁଁ ଡାକ୍ତରଖାନାର ପରିସ୍ଥିତି ଏଭଳି ରହିଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.