oom

ଭବାନୀପାଟଣାଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

jsmm

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଭବାନୀପାଟଣା ସ୍ଥିତ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରଠାରେ ଜିଲ୍ଲା ନିୟୋଜନ ସଂସ୍ଥା ଓ ଓରମାସ ଦ୍ଵାରା ଆୟୋଜିତ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସରରେ ସକାଳ ୯.୩୦ ମି ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ସିଡିଓ – ଇଓ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ପଟେଲଙ୍କ ସମେତ ମଞ୍ଚାସୀନ ଅତିଥି ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ, ଡେପୁଟି ସିଇଓ, ଓର୍ମାସ ଜର୍ଜ୍ କେରକେଟା, ଡିଆଇପିଆରଓ ମନୋଜ ବେହେରା, ଡିପିଏମ୍‌, ଓଏଲ୍‌ଏମ ସୁଶାନ୍ତ ମିଶ୍ର, ଡିପିସି, ମିସନ ଶକ୍ତି ଅମ୍ରୀତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଦେଶର ବିକାଶ କ୍ଷେତ୍ରରେ ଯୁବାବର୍ଗଙ୍କ ଭୂମିକା, ରୋଜଗାର ଓ ସେଥିପାଇଁ ଦକ୍ଷତା ଉପଲବ୍ଧ କରାଇବା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଉପସ୍ଥିତ ସମସ୍ତ ଶିକ୍ଷାର୍ଥୀ ଓ ତାଲିମ ଗ୍ରହୀତାମାନଙ୍କୁ ସମ୍ବୋଧିତ କରି ରୋଜଗାର ତଥା ଆତ୍ମାନିର୍ଭରଶୀଳ ହେବା ପାଇଁ ବୈଶୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଆଜିର ଯୁଗରେ ନିହାତି ଜରୁରୀ ଏବଂ ସେଥିପାଇଁ ନିଜକୁ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହୋଇ ଦକ୍ଷତା ବିକାଶରେ ସକ୍ଷମ ହୁଅନ୍ତୁ, ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦିଅନ୍ତୁ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଯୁବବର୍ଗ ଦେଶର ସମ୍ପତି ଏବଂ ଦକ୍ଷତା ଅର୍ଜନ କରି ଏକ ସଶକ୍ତ ଦେଶ ଗଠନରେ ସହାୟକ ହୁଅନ୍ତୁ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପରିସରରେ ଅତିଥି ଗଣ ବୃକ୍ଷ ରୋପଣ କରିଥିଲେ ଏବଂ ଶିକ୍ଷାର୍ଥୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଭାରେ ସାହି ଏକ୍ସପୋର୍ଟ, କ୍ୱେସ କର୍ପୋରେସନ, ଜନ ଶକ୍ତି ସଂସ୍ଥାନ, ଦିନ ଦୟାଲ ଉପାଧ୍ୟାୟ ସ୍କିମରେ ତାଲିମ ନେଇଥିବା ପୂର୍ବ ତାଲିମ ଗ୍ରହୀତା ଓ ତାଙ୍କ ପିତାମାତାଙ୍କ ସହ ଦକ୍ଷତା ବିକାଶ କେନ୍ଦ୍ରର କର୍ମଚାରୀ, ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.