ଗୋପାଳପୁର ଗଣଦୁଷ୍କର୍ମ ମାମଲା : ୫୭୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାଗର ବେଳାଭୂମି ସହର ଗୋପାଳପୁରରେ ଘଟିଥିବା ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୫୭୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ୍ । ସୋମବାର କ୍ରାଇମବ୍ରାଞ୍ଚ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି । ଜୁନ୍ ୧୭ରେ ମାମଲା ହସ୍ତାନ୍ତର ପରେ କ୍ରାଇମବ୍ରାଞ୍ଚ ଛାନ୍‌ଭିନ୍‌ ଜୋରଦାର କରିଥିଲା । ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ସ୍ପଟ୍‌କୁ ନେଇ ଛାନ୍‌ଭିନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ସୂଚନାଥାଉକି, ଗତ ଜୁନ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଘଟିଥିଲା ଏହି ନୃଶଂସ ଘଟଣା । ବେଳାଭୂମିରେ ଜଣେ ଯୁବତୀଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ । ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କୁ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ୧୦ ଜଣକୁ ଗିରଫ କରିଥିଲା । ଯେଉଁଥିରେ ଥିଲେ ୪ ନାବାଳକ । ତେବେ ଚାର୍ଜସିଟ୍ ଦାଖଲକୁ ନେଇ କ୍ରାଇମବ୍ରାଞ୍ଚ୍ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି, ‘‘ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଦାଖଲ ହୋଇଛି ଚାର୍ଜସିଟ୍ । ଚାର୍ଜସିଟ୍ ଦାଖଲ କରିବା କ୍ରାଇମବ୍ରାଞ୍ଚର ପ୍ରାଥମିକତା ଥିଲା । ଅପରାଧୀମାନଙ୍କ ଭୟ ସୃଷ୍ଟି କରିବା ସହ ଅପରାଧୀ ଯେମିତି ଏଭଳି ଘୃଣ୍ୟ କାର୍ଯ୍ୟ ନକରିବେ ତାହା ଥିଲା ଉଦ୍ଦେଶ୍ୟ । ଏଥିପାଇଁ କଡ଼ା ଦଣ୍ଡବିଧାନ ପାଇଁ ମଧ୍ୟ ଚାର୍ଜସିଟ୍‌ରେ କୁହାଯାଇଛି । ମହିଳାମାନଙ୍କୁ କିଭଳି ସମ୍ମାନ ମିଳିବ ସେ ନେଇ ପୋଲିସ ସବୁବେଳେ ଯତ୍ନବାନ । ଏହି ଘଟଣାରେ ଖୁବ୍ ଶୀଘ୍ର ଆରମ୍ଭ ବିଚାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି ।

jittmm
Leave A Reply

Your email address will not be published.