centurian jitm

ଛତ୍ରପୁର ବାର ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବାର ଆସୋସିଏସନ ସଭାପତି ପଦବୀ ପାଇଁ ଗତକାଲି ଶେଷଦିନରେ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ରହିଆସିଥିବା ଆଡ଼ଭୋକେଟ୍‌ ପ୍ରଦୀପ ପାଢ଼ୀ ଏବଂ ଉପସଭାପତି ଭାବେ ରହିଆସିଥିବା ଆଡ଼ଭୋକେଟ୍‌ ସିମାଞ୍ଚଳ ମହାପାତ୍ର ବାର ସଭାପତି ପାଇଁ ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭାବେ ଆଡ଼ଭୋକେଟ୍‌ ପ୍ରମୋଦ କୁମାର ପୁରୋହିତ, ମନୋଜ ବେହେରା, ବିଶ୍ୱଭୂଷଣ ପାଢ଼ୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଏଲ୍.ଗୋପି ଏବଂ ସୁରେଶ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଥିବା ଜଣାପଡିଛି ।

Leave A Reply

Your email address will not be published.