ls

ବଲାଙ୍ଗିର ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲା ଦୁର୍ବୃତ୍ତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଥିବା ଇସାବ୍‌ ବ୍ୟାଙ୍କରେ ଡକାୟତି ଉଦ୍ୟମ ବେଳେ କର୍ମଚାରୀମାନେ କାବୁ କରିଛନ୍ତି ଜଣେ ଦୁର୍ବୃତ୍ତଙ୍କୁ । ଏଭଳି ଏକ ଘଟଣା ଘଟିଛି ଆଜି ଅପରାହ୍ନରେ ବଲାଙ୍ଗିର ସହରରେ । ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଘଟଣାସ୍ଥଳରେ ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ ଏବଂ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜୋର୍‌ସୋର୍‌ ତଦନ୍ତ ଚଳାଇଛନ୍ତି । ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି ଯେ, ଆଜି ଅପରାହ୍ନରେ ବଲାଙ୍ଗିର ଗାନ୍ଧୀନଗରପଡ଼ା ଫିସୋରୀ ଅଫିସ୍‌ ଛକରେ ଥିବା ଇସାବ୍‌ ବ୍ୟାଙ୍କରେ ଡକାୟତି କରିବାକୁ ଜଣେ ଦୁର୍ବୃତ୍ତ ଉଦ୍ୟମ କରୁଥିବା ବେଳେ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ ଓ ବ୍ୟାଙ୍କ ଗ୍ରାହକମାନେ ମିଶି ତାକୁ କାବୁ କରିବା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଧରିବା ସହ ତନାଘନା ଖୋଳତାଡ଼ ଆରମ୍ଭ କରିଛି । ଦୁର୍ବୃତ୍ତ ଏକ ଟଏ ଗନ୍‌ ଏବଂ ଭୁଜାଲି ଧରି ବ୍ୟାଙ୍କ ଡକାୟତି କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି । ତେବେ ସଂପୃକ୍ତ ଦୁର୍ବୃତ୍ତ ଜଣକ ବରଗଡ଼ର ମନମୋହନ ପ୍ରଧାନ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିବା ବେଳେ ଅଭିଯୁକ୍ତଙ୍କ ସହ ଆଉ କିଏ କିଏ ସାମିଲ୍‌ ଅଛନ୍ତି ସେ ଦିଗରେ ପୋଲିସ ତଦନ୍ତ କରୁଛି । ତେବେ ଖୁବ୍‌ ଶୀଘ୍ର ଏହି ବ୍ୟାଙ୍କ ଡକାୟତି ଉଦ୍ୟମରେ ଆଉ କିଏ କିଏ ସାମିଲ୍‌ ଅଛନ୍ତି, ସେମାନେ ଧରାପଡ଼ିଯିବେ ବୋଲି ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି ।

pc pk
Leave A Reply

Your email address will not be published.