୨୮ ତାରିଖ ମହାବନ୍ଦ ଡାକରା

  • ଜିଲ୍ଲା କୃଷକ ସଂଘର ସମ୍ପୂର୍ଣ୍ଣ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀକୁଳ ସମସ୍ୟା ଭିତରେ ଘେରି ରହିଛି । ସରକାର ଚାଷୀକୁଳକୁ ସେ ସମସ୍ୟାରୁ ଉଦ୍ଧାର କରିବା ପରିବର୍ତ୍ତେ ଆହୁରି ସମସ୍ୟା ଭିତରକୁ ଠେଲି ଦେଉଛନ୍ତି । ଚାଷୀ ଏ ସବୁ ସମସ୍ୟାକୁ ନେଇ ଆନ୍ଦୋଳନ କଲେ ତା’ ଉପରେ ବିଭିନ୍ନ ଢଙ୍ଗରେ ନିର୍ଯ୍ୟାତନା ଦେଉଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ୮ ଦଫା ଦାବିକୁ ନେଇ ଆସନ୍ତା ୨୮ ତାରିଖରେ ରାଜ୍ୟରେ ମହାବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଚାଷୀ ସଂଗଠନକୁ ନେଇ ଗଠିତ ମିଳିତ କୃଷକ ସଂଗଠନ ମଧ୍ୟ ଏହାକୁ ସମର୍ଥନ ଜଣାଇଛି । ସେହି କ୍ରମରେ ଚାଷୀମାନଙ୍କ ହକକୁ ନେଇ କରାଯାଉଥିବା ଏହି ମହାବନ୍ଦକୁ ଜିଲ୍ଲା କୃଷକ ସଂଗଠନ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା, ସହ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଛି । ଜିଲ୍ଲା କୃଷକ ସଂଗଠନର ସଭାପତି ସାନନ୍ଦ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେହିପରି ଏହି ମହାବନ୍ଦକୁ ଟାଉନ କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ଜଣାଇଛି ।

Leave A Reply

Your email address will not be published.