jayashree

ସ୍ୱାଧୀନତା ଦିବସ ଉପଲକ୍ଷେ ଆଦିବାସୀ ଦମ୍ପତ୍ତିଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ଆଦିମ ଜନଜାତି ସମ୍ପ୍ରଦାୟରୁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି । ଏହି ଦିଲ୍ଲୀ ଗସ୍ତକୁ ନେଇ ଆଦିବାସୀ ଦମ୍ପତି ବେଶ ଆନନ୍ଦିତ ଅଛନ୍ତି । ସୁନାବେଡ଼ା ଅଭୟାରଣ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଇଙ୍କ ଗଡ଼ବାସୀ ହୋଇଥିବାରୁ ଖାଲି ପାଦରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବେ । ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ବଳିଦାନକୁ ମନେ ପକାଇ ନିଜେ ଗର୍ବିତ ରହିଥିବା ଯୁବରାଜ କହିଛନ୍ତି । ଏହି ସ୍ୱାଧୀନତା ଦିବସର ସାକ୍ଷୀ ରୂପେ ତାଙ୍କୁ ବାଛିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ସହ ଜିଲ୍ଲା ପ୍ରଶାସନକୁ ସେ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନାରେ ଯୁବରାଜ ୨ ହଜାର ଲେଖାଏଁ ୧୪ କିସ୍ତିରେ ୨୮ ହଜାର ଟଙ୍କା ପାଇଛନ୍ତି ।

Leave A Reply

Your email address will not be published.