ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାଷନ ତଥା ପ୍ରମୁଖ ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ପ୍ରଶାସକ ଉପସ୍ଥିତ ଥିଲେ । ଦାୟିତ୍ୱ ଗ୍ରହଣ ଓ ଶପଥପାଠ ଏକ ନିଆରା ଦୃଶ୍ୟ ଥିଲା । ପରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ବିକ୍ରମ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛରେ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ, ନୂତନ ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ମହକୁମାରେ ବିଜେଡ଼ିର ଶୋଭାଯାତ୍ରା ଓ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାରରେ ଛତ୍ରପୁର ପୁରୁଣା ବସଷ୍ଟାଣ୍ଡରେ ଏହି ସମାବେଶରେ ସମିଳିତ ହୋଇ କର୍ମବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ୨୨ଟି ବ୍ଲକ୍‌ର ବ୍ଲକ ଚେୟାରମ୍ୟାନ, ପୌର ଅଧ୍ୟକ୍ଷ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ରମ ପଣ୍ଡାଙ୍କର ଏହି ଜୟଯାତ୍ରା ଛତ୍ରପୁରରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏଠାକୁ ଆସିଥିବା ଏମ୍‌ପି, ବିଧାୟକ ଓ ବିଜେଡି କର୍ମୀ ନେତାମାନେ ତାଙ୍କୁ ପାଛୋଟି ଆଣି ଜିଲ୍ଲା ପରିଷଦ ଭବନରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ବିକ୍ରମ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ ଓ ଶପଥ ପାଠ ପରେ ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ରେ ଏକ ଭବ୍ୟ ସାମାରୋହରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନଗର ବିଜେଡ଼ି ସଭାପତି ବି.ରାଜିବାବୁ, ଉପ-ସଭାପତି ଅଟଳ ବିହାରି ପଟ୍ଟନାୟକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.