ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଭାବେ ଆୟୁସୀ ପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚର ଓଏଏସ୍‌ ଅଫିସର ଅଟନ୍ତି । ସେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଭାବେ ଏହି ଦାୟିତ୍ୱ ତୁଲାଇ ନିଜର ଚାକିରି କାଳ ଆରମ୍ଭ କରିଛନ୍ତି । ଏଣୁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗର ସମସ୍ତ କାର୍ଯ୍ୟ ତୁଲାଇବେ ବୋଲି ସେ କହିଛନ୍ତି । ଏହା ସାଂଗକୁ ବିପର୍ଯ୍ୟୟ ସମୟରେ ସଠିକ୍ ଭାବେ ବିଭାଗ ପକ୍ଷରୁ ଲୋକେ ସେବା ପାଇବେ ସେଥି ନିମନ୍ତେ କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ।

Leave A Reply

Your email address will not be published.