- ଗଞ୍ଜାମ ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ଅଧିକ ଉଜୀବିତ କରାଯିବା ନେଇ ଦାବୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର ମଞ୍ଜୁଲତା ବେହେରାଙ୍କ ଠାରୁ ଶ୍ରୀ ବେହେରା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଶ୍ରୀ ବେହେରା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କର ତଥା କାର୍ଯ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ସମଗ୍ର ଗଞ୍ଜାମ ଜିଲ୍ଲାର ସମସ୍ତ ପାଠାଗାର, ସଂସ୍କୃତି ଭବନ, ସଂସ୍କୃତି ମଣ୍ଡପ ଏବଂ ଜିଲ୍ଲାର କଳା ଓ ସଂସ୍କୃତିକୁ ଅଧିକ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଲାର ଲୋକ ସଂସ୍କୃତି ଓ ପରମ୍ପରାକୁ ଅଧିକା ଉଦ୍ଜୀବିତ କରାଯିବା ସାଂଗକୁ ଦୁସ୍ଥ କଳାକାରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ୱତନ୍ତ୍ର ସ୍ଥାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାବାସୀ ଆଶାବ୍ୟକ୍ତ କରିଛନ୍ତି । ଏ ଦିଗରେ ତ୍ୱରାନ୍ୱିତ କରାଯିବା ନେଇ ଗଞ୍ଜାମ ଜିଲ୍ଲା ଲୋକ-କଳାକାର ମହଲରେ ବହୁ ପୂର୍ବରୁ ଦାବୀ ହୋଇଆସୁଛି ।