
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି । ବୁର୍ଲା ଭୀମ୍ସାର୍ର ରେଜିଷ୍ଟ୍ରାର୍ ସୁବ୍ରତ କୁମାର ନାୟକଙ୍କୁ ବଦଳି କରାଯାଇ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମଙ୍ଗଳ ବିଭାଗର ଯୁଗ୍ମ ସଚିବ ଡ. ଶ୍ୱେତକୁମାର ଦାଶଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ)ର ଯୁଗ୍ମ କମିଶନର୍ (ଇଷ୍ଟେଟ୍) ଭାବେ ବଦଳି କରାଯାଇଛି ।