
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ଭୂଷୁଡି ପଡିଛି । ସର୍ବୋପରି ହାଇସ୍କୁଲ ଗୁଡିକର ରୂପାନ୍ତରିତ ହୋଇ ମଧ୍ୟ ଅନେକ ଅବ୍ୟବସ୍ଥା ଘେରରେ ରହିଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଅଛି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ଜଣେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ବେହେରା ବୁଗୁଡା, ବେଲଗୁଣ୍ଠା ଓ ସୋରଡା ଶିକ୍ଷା ବିଭାଗୀୟ ବିଇଓ ଦାୟିତ୍ୱରେ ଅଛନ୍ତି । ପୁଣି ଏକାଧିକ ହାଇସ୍କୁଲରେ ସେ ଜଣେ ଲୋକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅଛନ୍ତି । ଯାହା ଯେତିକି ହାସ୍ୟସ୍ପଦ ମନେହୁଏ । ଏଣେ ଏହା ଏକ ନୈରାଶ୍ୟ ଜନକ ବିଷୟ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ରାଜ୍ୟ ସରକାରଙ୍କ ୫ଟି ଅଧିନରେ ରହି ଏଭଳି ଶିକ୍ଷାବ୍ୟବସ୍ଥା ଚାଲିଛି, ଯାହା ପିଲାମାନଙ୍କ ପାଠପଢ଼ାରେ ଘୋର ପ୍ରତିବନ୍ଧକ ତଥା ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଶୃଙ୍ଖଳା ବିଗିଡିଯାଇଛି ବୋଲି ମତ ପ୍ରକାଶ ପାଇଛି । ମାତ୍ର ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ୫ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।