ଦହିତା ମଣ୍ଡଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦହିତା ମଣ୍ଡଳ ଦହିତା ଫୁଟବଲ ପଡିଆ ଠାରେ ମଣ୍ଡଳ ସଭାପତି କେତନ ମେହେରଙ୍କ ଅଧକ୍ଷତାରେ ଭାରତୀୟ ଜନତା ପାର୍ଟିର ଏକ ମଣ୍ଡଳ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବ୍ଲକ ଅଧକ୍ଷ କୁମରମଣି ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରୋଶନ ପାଣିଗ୍ରାହୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଂଯୋଜଜ ଲଷ୍ମୀକାନ୍ତ ବରିହା, କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ନୀଳାଞ୍ଚଳ ଦରୱାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ବାଗ ସଙ୍କୀର୍ତ୍ତନ ହୋତା, କୃଷ୍ଣଚନ୍ଦ୍ର ପଣ୍ଡା ବରିଷ୍ଠ ସାମ୍ବାଦିକ ମକାର୍ଧଜ ବଗାର ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସଭାରେ ମଣ୍ଡଳର ସମସ୍ତ ପଞ୍ଚାୟତ ପ୍ରମୁଖ ଓ ସହ ପ୍ରମୁଖ ଚୟନ ହେବା ସାଙ୍ଗେ ଆସନ୍ତା ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହୋଇଥିଲା । ଏହା ସହ ଅନ୍ୟ ଦଳ ମାନଙ୍କର ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପି ଦଳର ବିଚାରଧାରା ଓ କାର୍ଯ୍ୟ ନୀତିରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ମକର୍ଧଜ ବଗାର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.