ତୁଲସୀନଗର ପଡାବାସୀଙ୍କ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଆଖି ଆଗରେ ରଖି ତୁଲସୀନଗର ପଡାବାସୀ ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରେ ଦହି ପାଣି ବଣ୍ଟନ କରିଛନ୍ତି । ଏଥିପାଇଁ ପଡାବାସୀଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.