ଐତିହାସିକ କଳାମଣ୍ଡଳ ପଡିଆରେ ଧାନ ଚାଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର କେନ୍ଦ୍ର ସ୍ଥଳିରେ ରହିଥିବା କୋଶଳ କଳା ମଣ୍ଡଳର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଗତ ଦିନରେ ୩ କୋଟି ୯୦ ଲକ୍ଷ ଟଙ୍କା ମଂଜୁର କରିଥିଲେ । କିନ୍ତୁ କାର୍ଯ୍ୟଭାର ନେଇଥିବା ସଂସ୍ଥା କୋଶଳ କଳା ମଣ୍ଡଳ ପଡିଆରେ ମାଟି କାଦୁଅ ଭର୍ତ୍ତି କରିବା ଦ୍ୱାରା ଏକ ଉର୍ବର ବାହାଲ ଜମିର ଭ୍ରମ ସୃଷ୍ଟି କରୁଛି । ତେଣୁ ଏହି ପଡିଆରେ କିର୍ତ୍ତିରାଜ ସୁରକ୍ଷା କମିଟି ପକ୍ଷରୁ ଏକ ନିଆରା ପ୍ରତିବାଦ କରାଯାଇଥିଲା । ଧାନ ପହ୍ଲା ରୋଇ ଏହି ପ୍ରତିବାଦ କରାଯାଇଥିଲା । ଐତିହ୍ୟ ବହନ କରୁଥିବା ପୁରୁଣା ମଂଚ ଯେଉଁ ମଂଚରେ ରାଜ୍ୟ ବାହାରୁ କଳାକାର କଳା ପ୍ରଦର୍ଶନ କରି ନାମିତ ହୋଇଛନ୍ତି, ଆଠ ଦଶନ୍ଧିି ବର୍ଷ ପୂର୍ତ୍ତି ଗଲାଣି, ପୁରୁଣା ମଂଚ ଏ ଯାଏଁ ମରାମତି ହୋଇ ନାହିଁ । ଆଜି ଏହି ଅବସରରେ ସକାଳୁ ବ୍ରାହ୍ମଣ ବେଦମନ୍ତ୍ର କରି ଧାନ ପହ୍ଲା ରୁଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚାଷୀ ଏବଂ କଳାକାର ହଳିଆ ଗୀତ ଗାଇ କୋଶଳ କଳା ମଣ୍ଡଳରେ ପହ୍ଲା ରୋଇଥିଲ । ମାଟିରେ କୋଟି କୋଟି ଟଙ୍କା ପୋତି ହୋଇଥିବା ଓ ଦୁର୍ନିତୀ ହୋଇଥିବା ଅଭିଯୋଗ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନଥିଲା । କିଛି ଦିନ ତଳେ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋଶଳ କଳା ମଣ୍ଡଳ କାଦୁର ସର ସର ହୋଇ ଚାଷ ଜମି ପାଲଟିଥିଲା । ଏହି ଅବସରରେ ଆଜି ଚାଷୀ ଦୁର୍ବାଦଳ ମହାକୁର ହଲିଆ ଗୀତ ଗାଇ ପ୍ରତିବାଦ ଜଣାଇଥିଲେ । ଶମ୍ଭୁ ପ୍ରସାଦ ଶତପଥି, ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, ପଣ୍ଡିତ ରିଙ୍କୁ ଶତପଥି ଏବଂ କଳାକାର ଓ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.