om academy

ଆଜି ହେଉଛି ବିଜୟା ଦଶମୀ ଓ ରାବଣ ଦହନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ବିଜୟା ଦଶମୀ ଓ ରାବଣ ଦହନ । ଦଶହରା ବା ବିଜୟା ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ଜୟ, ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ । ଏହି ଦିନଟି ହିନ୍ଦୁ ଧର୍ମର ପରମ୍ପରାରେ ଖୁବ୍ ମହତ୍ତ୍ଵ ରଖିଛି । ଆଜିର ଦିନରେ ମା’ ଦୁର୍ଗତି ନାଶିନୀ ମହିଷାସୁରକୁ ବଧ କରି ପୃଥିବୀରୁ ଅତ୍ୟାଚାରକୁ ବିନାଶ କରିଥିଲେ । ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣର ବଧ କରି ମା’ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିଥିଲେ । ତେଣୁ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ରାବଣ ଦହନ କରାଯାଇ ଥାଏ ।

Leave A Reply

Your email address will not be published.