
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମ ପଂଚାୟତ ଗଣ୍ଡବାହାଲ (ଜାମବାହାଲ) ଗ୍ରାମର ଲାଲା ପାତ୍ର କାମ ଧନ୍ଦା ନ ପାଇବାରୁ ଆନ୍ଧ୍ରପ୍ରଦେଶ ଆଙ୍କପାଲ୍ଲୀ ଆଂଟିଆର ଠାରେ ରାସାୟନିକ ଏକ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ଯାହା ପରିବାର ଲୋକେ କହିବା ଅନୁସାରେ ସେହି ରସାୟନ କମ୍ପାନୀରେ କାମ କଲା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାପରେ ନିଜର ଆଶ୍ରୟ ସ୍ଥଳୀରେ ବିଶ୍ରାମ ନେଇଥିଲେ, କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇ ପାଟିରୁ ନାକରୁ ରକ୍ତ ବାହାରି ଥିଲା । ଏଣୁ ପରିବାର ଲୋକେ ସନ୍ଦେହ କରୁଛନ୍ତି ରାସାୟନିକ ତୀବ୍ରତାକୁ ସହ୍ୟ କରିପାରି ନ ଥିବା କିମ୍ବା ବିଷ ଦେଇ ମାରିଦେଇଛନ୍ତି । ଏଣୁ ଆଜି ବ୍ୟବଚ୍ଛେଦ ହେଲା ପରେ ତାଙ୍କ ମର ଶରୀରକୁ ପୁଇଁନ୍ତଲା ଥାନା ଆଗରେ ରଖି ରାସ୍ତାରୋକ କରିବା ପାଇଁ ଆଦିବାସୀ ସଭାପତି ସତ୍ୟନାରାୟଣ ଭୋଇଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇଁ ସତ୍ୟନାରାୟଣ ଭୋଇ ତହସିଲଦାର ମହୋଦୟ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟିକୁ ଆଣିଥିଲେ । ସଙ୍ଗେ ସଙ୍ଗେ ତହସିଲଦାର ଗୌରବ ବର୍ଗେ, ପୋଲିସ ଅଧିକାରୀମାନେ ପହଂଚି ସମାଧାନ କରିଥିଲେ କିନ୍ତୁ ଯେଉଁ ବିଭାଗ ଶ୍ରମିକମାନଙ୍କ ସୁରକ୍ଷା ଦେଉଛନ୍ତି ବିଳମ୍ବରେ ଆସିବାରୁ ଉତ୍ତେଜନା ଦେଖା ଦେଇଥିଲା । ଶେଷରେ ରେଡକ୍ରସରୁ ଆର୍ଥିକ ସାହାଯ୍ୟ ଦେଇଥିଲେ । ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୋତା ମହୋଦୟ ସରକାରଙ୍କ ଯାହା ଯୋଜନା ଅଛି ଅତିଶୀଘ୍ର ପହଂଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଲାଲାଙ୍କଦୁଇଟି ନାବାଳକ ପୁଅ ଏବଂ ତାଙ୍କ ପତ୍ନୀ ଅଛନ୍ତି ।