ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ ହେତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଯୋଗାଯୋଗ କରିଥିଲେ । ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇ ଯେପରି ଗ୍ରାମକୁ ମରଶରୀର ଆସିବ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଚେଷ୍ଟାରେ ଆଜି ମରଶରୀର ଗ୍ରାମକୁ ପହଞ୍ଚିଛି । ମନ୍ତ୍ରୀଙ୍କ ଏହି ସହାୟତା ପାଇଁ ପରିବାର ସହ ଗ୍ରାମବାସୀ ଡ. ମୁକେଶ ମହାଲିଙ୍ଗଙ୍କୁ ପ୍ରଶଂସା ସହ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.