jayashree

ଦାଦନ ଦୁଖ୍‌ କେଭେ ଯିବା ହୋ’ ସର୍କାର ?

ତୁରେକେଲା, (କେପିଏନ୍‌ଏସ୍‌) : ଦାଦନ ଶ୍ରମିକର ଦୁଃଖ କେବେ ବି ଉଣା ହେଉନାହିଁ । ଲମ୍ବି ଚାଲିଛି ତାଲିକା । ତଥାପି ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ବଲାଙ୍ଗିର ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି – ‘ଦାଦନ୍‌ ଦୁଖ୍‌ କେଭେ ଯିବା ହୋ ସର୍କାର ?’ । ଆନ୍ଧ୍ରାକୁ ଇଟା ଗଢ଼ିବା ପାଇଁ ଦାଦନ ଖଟି ଯାଇଥିବା ୨୦ ବର୍ଷର ଜଣେ ଯୁବତୀଙ୍କ ପୁଣି ନିଖୋଜ୍‌ ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ୍‌ ପଖନିମୁଣ୍ଡା ଗାଁର ୨୦ ବର୍ଷୀୟ ଯୁବତୀ ଜାମିନୀଙ୍କ ସେଠାରେ ମୃତ୍ୟୁ ଘଟିଥିବା କହିଛନ୍ତି ସାଙ୍ଗରେ ଯାଇ ଫେରି ଆସିଥିବା ଶ୍ରମିକ ପରିବାର । ଏହି ଖବର ପାଇବା ପରେ ବାପା ଶୁକ୍ରୁ ମାଝୀ ଓ ବୁଢ଼ା ଜେଜେବାପା ରେଂଜର ମାଝୀ ମାନସିକ ଚିନ୍ତାନରେ ଜୀବନ ହରାଇଥିବା ଭଳି ସମ୍ବେଦନଶୀଳ ଖବର ଆସିଛି । ଦାଦନ ଦୁଃଖରେ ଛାର୍‌ଖାର୍‌ ହୋଇଯାଇଛି ଗୋଟିଏ ପରିବାର ।

Leave A Reply

Your email address will not be published.