ଅଖିଳ ଭାରତ କୃଷକ ସଭା ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମୁରିବାହାଲ ତହସିଲଦାରଙ୍କୁ ୧୪ ଦଫା ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖିଳ ଭାରତ କୃଷକ ସଭା ଓଡ଼ିଶା ରାଜ୍ୟ ପରିଷଦ ନିଷ୍ପତ୍ତି କ୍ରମେ କୃଷି ଓ କୃଷକଙ୍କ ଜୀବନ ଜୀବିକା ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟରେ ଅକ୍ଟୋବର ୨୨ତାରିଖ ଆନ୍ଦୋଳନ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ମୁରିବାହାଲ ତହସିଲଦାରଙ୍କ ଜରିଆରେ ଏକ ୧୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଖିଳ ଭାରତ କୃଷକ ସଭା ବଲାଙ୍ଗିର ଜିଲ୍ଲା ପରିଷଦ ଶାଖା ସଭାନେତ୍ରୀ କୁମାରୀ ଭୋଇ ଓ ସମ୍ପାଦକ ଗୋପାଳ ସେଠ(ଘୁଣ୍ଡୁ)ଙ୍କ ନେତୃତ୍ୱରେ ମୁରିବାହାଲ ବ୍ଲକ କମିଟି ପକ୍ଷରୁ ଦିଆଯାଇଥିବା ଏହି ଦାବିପତ୍ରକୁ ତହସିଲ ଅଫିସ ସେକ୍ସନ ଅଫିସର ଲମ୍ବୋଦର ଭୋଇ ଗ୍ରହଣ କରିଥିଲେ । ଦାବିଗୁଡ଼ିକ ମଧ୍ୟରେ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ସହିତ ସରକାରୀ ଭାବେ ସମସ୍ତ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା, ସମସ୍ତ କୃଷିଋଣ ଛାଡ କରିବା, ଦଖଲ ଚାଷ ଜମି ସମେତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ କଡାକଡି ପାଳନ କରି ସମସ୍ତ କୃଷକ ପରିବାର ସମେତ ଆଦିବାସୀ, ଦଳିତଙ୍କୁ ବାସଗୃହ ଓ ଚାଷ ଉପଯୋଗୀ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ଦରଦାମ ବୃଦ୍ଧି ବନ୍ଦ କରିବା ପାଇଁ ମୁନାଫାଖୋର ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ, କୃଷି ସମେତ ସମସ୍ତ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାନସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଓ ଥଇଥାନ ଆଇନକୁ ଯଥାର୍ଥଭାବେ କାର୍ଯ୍ୟକାରୀ କରିବା, ବିଦ୍ୟୁତ୍ ସଂଶୋଧନ ବିଲ-୨୦କୁ ବାତିଲ କରିବା ଓ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ୍‌ ଛାଡ କରିବା, ମନରେଗାରେ କୃଷିକ୍ଷେତ୍ରକୁ ସାମିଲ, ସାମଗ୍ରିକ କୃଷକ ସପକ୍ଷବାଦୀ ଫସଲବୀମା ଯୋଜନା ପ୍ରଣୟନ କରିବା, ୬୦ ବର୍ଷରୁ ଅଧିକ କୃଷକଙ୍କୁ ୧୦ ହଜାର ଟଙ୍କା ପେନସନ ଓ ବାର୍ଦ୍ଧକ୍ୟ, ବିଧବାଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, କୃଷି ଯନ୍ତ୍ରପାତି ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରି ରିହାତି ଚାଷୀଙ୍କୁ ପ୍ରଦାନ, ବଳକା ଧାନ ସଂଗ୍ରହକୁ ସୁନିଶ୍ଚିତ କରି ମୋଟ ୩୧ ଶହ ପ୍ରଦାନ ସହ କଟନି, ଛଟନୀ ବନ୍ଦ, ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଓ କୃଷକଙ୍କ ପାଇଁ ସ୍ଵତନ୍ତ୍ର ଶୁଣାଣି ବ୍ୟବସ୍ଥା କରିବା, ଅର୍ଥକାରୀ ଫସଲ ସମେତ ପଶୁ, ମତ୍ସ୍ୟ, କୁକୁଡ଼ା ଚାଷ ପାଇଁ ସୁନିଶ୍ଚିତ ଯୋଜନା ପ୍ରଣୟନ, ପ୍ରୋତ୍ସାହନ ବ୍ୟବସ୍ଥା ଓ ସମସ୍ତ ଚାଷୋପୋଯୋଗୀ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇ ଏଥିରେ ବ୍ୟକ୍ତିଗତ ଅଥବା ଗୋଷ୍ଠୀଗତ ପ୍ରଚେଷ୍ଟାକୁ ୮୦ ପ୍ରତିଶତ ଖର୍ଚ୍ଚ ରିହାତି ବ୍ୟବସ୍ଥା କରାଯିବା ଆଦି ଦାବି ରହିଛି । ଦାବିପତ୍ର ପ୍ରଦାନ ବେଳେ ମୁରିବାହାଲ ବ୍ଲକ କମିଟିର ସବ୍ୟସାଚୀ ମିଶ୍ର, କ୍ଷୀରମୋହନ ବାଗ, ଭୋଜରାଜ ମାଝୀ, ଅଷ୍ଟ ଭୋଇ, ଯଦୁ ବାଗ, ଗୋବର୍ଦ୍ଧନ ବାଗ, ନେତ୍ରା ମହାନନ୍ଦ, ଜଗଦୀଶ ବାଗ, ହୃଦାନନ୍ଦ ରଣା, ଗମ୍ଭୀର ରଣା, କିଶୋର ରଣା, କୈଳାସ ଭୋଇ, ଜିତେନ୍ଦ୍ର ମହାନନ୍ଦ, ନିଲାବତୀ ବେହେରା, ସୁମିତ୍ରା ବେହେରା, ଦୀନବନ୍ଧୁ ବାଗ, ତପି ମହାନନ୍ଦ, ହରିବନ୍ଧୁ ବାଗ, ବିଭୁଦେନ୍ଦ୍ର ମିଶ୍ର, ସନ୍ୟାସୀ ସୁନା, ଛତିଶ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.