ଅଙ୍ଗନୱାଡ଼ି କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବୀପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସୋସିଏସନ୍‌, ଡେଲାଙ୍ଗ ବ୍ଲକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଛି । ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ସମେତ ୧୨ ଦଫା ସମ୍ଵଳିତ ଦାବୀପତ୍ର ବୁଧବାର ଅପରାହ୍ନରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ପ୍ରଦାନ କରିଛନ୍ତି । ସଭାନେତ୍ରୀ ଜୋସ୍ନାରାଣୀ ସାହୁ ଓ ସମ୍ପାଦିକା ମମତା ବରାଳଙ୍କ ସମେତ ବହୁ ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.