ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ୍‌ କର୍ଲାମୁଣ୍ଡା ଶାଖା ପକ୍ଷରୁ ସୋମବାର ସଂଘର ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ ଅଙ୍ଗନୱାଡି କର୍ମୀମାନେ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ସହିତ ଚାକିରି ସର୍ତ୍ତାବଳି ଲାଗୁ କରାଯାଉ । ଅଙ୍ଗନୱାଡି କର୍ମୀ/ମିନି ଅଙ୍ଗନୱଡି କର୍ମୀ ଓ ସହାୟିକାମାନଙ୍କୁ ଇପିଏଫ୍‌ ଓ ଇସିଆସି, ପେନ୍‌ସନ୍‌ର ବ୍ୟବସ୍ଥା କରିବା, ମିନିଅଙ୍ଗନୱାଡିଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ । ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଆଦି ଦାବୀଗୁଡିକ ମଧ୍ୟରେ ପ୍ରମୁଖ ଦାବୀ ରହିଛି ।

jittmm
Leave A Reply

Your email address will not be published.