ppurohit

ଦରମା ବୃଦ୍ଧି ଦାବୀରେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତି ଭିତ୍ତିକ ନିୟମରେ ଅନ୍ତଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡିଓ ଚନ୍ଦ୍ର ମଣୀ ନାଗ ଓ ବିଇଓ ଗୋବର୍ଦ୍ଧନ ଭୋଇଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସମଗ୍ର ଶିକ୍ଷା ଅଧିନରେ ପ୍ରଥମରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଥିଲେ ହେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଉଛନ୍ତି । କିନ୍ତୁ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକମାନେ ଏସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି, ଏଣୁ ଓଡ଼ିଶାର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ଚୁକ୍ତି ନାମା ନିୟମ ୨୦୧୩ରେ ସାମିଲ କରିବା, କନିଷ୍ଠ ଶିକ୍ଷକଙ୍କ ଦରମା ସର୍ବନିମ୍ନ ୧୬ହଜାର କରିବା ସହ ଏହାକୁ ଗତ ୨୦୧୬ରୁ ଲାଗୁ କରିବାକୁ ଦାବୀ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବ୍ଳକ ଶିକ୍ଷକ ସଂଘର ସଭାପତି ସୁଜିତ ବାଗ, ଉପସଭାପତି ଅନାମିକା କର, ସମ୍ପାଦକ ସୁଶାନ୍ତ ସାହୁ ସମେତ କନିଷ୍ଠ ଶିକ୍ଷକଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.