jayashree

ପାଇକମାଲ ବସ୍ତି ମଝିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେର ବିଭିନ୍ନ ସମସ୍ୟାକୁ ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଜନସାଧାରଣ, ନାଗରିକ କମିଟି, ବଣିକ ସଂଘର କର୍ମକର୍ତ୍ତା, ସାମ୍ବାଦିକ ସଂଘ, ଲାୟନ୍ସ କ୍ଲବ ସଭ୍ୟ ତଥା ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତାମାନେ ପାଇକମାଲ ମୁଖ୍ୟ ଛକଠାରେ ଏକତ୍ରିତ ହୋଇ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ପାଇକମାଲ ବିଡିଓ ଉପଞ୍ଜଳି ମାଝିଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ପତ୍ରରେ ପାଇକମାଲ ସହର ମଧ୍ୟରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେର ମଝିରେ ଡିଭାଇଡରର ନିର୍ମାଣ, ରାସ୍ତାର ଉଭୟ ପାଖରେ ଡ୍ରେନର ନିର୍ମାଣ, ପାଇକମାଲ ମୁଖ୍ୟ ଛକକୁ ଗୋଲେଇ କରିବା ମୁଖ୍ୟ ତିନୋଟି ଦାବୀ ଉଲ୍ଲେଖ କରାଯାଇଛି । ପ୍ରକାଶ ଥାଉକି ଉପରୋକ୍ତ ସମସ୍ୟା ସଂପର୍କରେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ସହ ଅନେକ ଥର ଏନେଇ ଆଲୋଚନା ଓ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତଥା ବରଗଡ ନିର୍ବହୀ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ପାଇକମାଲ ବସ୍ତିରେ ଡିଭାଇଡର ସ୍ଥାପନ କରା ନ ଯିବା ଦ୍ବାରା ଗୋଟିଏ ମାସରେ ପାଞ୍ଚ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ବରଣ ହୋଇଯାଇଛି । ଦାବୀପତ୍ର ଦେବା ସମୟରେ ମନୋଜ ତ୍ରିବେଦୀ, ଯୁଗଳ କିଶୋର ମେହେର, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଦିଲୀପ ନାଗ, ବଡ ଶତପଥି, ସୁରଥ ସାହୁ, ସନ୍ତୋଷ ପାଣିଗ୍ରାହୀ, ଧିରେନ ମହାନ୍ତି, ନିରୋଜ ପାଣି, ମାନସ ନାୟକ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ନ କଲେ ଅଞ୍ଚଳର ଜନ ସାଧାରଣ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଆସନ୍ତାତା ୨୫ / ୧୧ / ୨୧ ରିଖ ଦିନ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ବିଡିଓ ଶୁଶ୍ରୀ ମାଝୀ ଦାବୀପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଦାବୀଗୁଡିକ ଯଥାର୍ଥ ଅଟେ ବୋଲି କହିଥିଲେ ।

Leave A Reply

Your email address will not be published.