centurian jitm

ପାଇକମାଲରେ କୃଷକ ସମାବେଶ : ନଅ ଦଫା ଦାବୀପତ୍ର ପ୍ରଦାନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର କୃଷକ ସଙ୍ଗଠନ, ପାଇକମାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନଅ ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସର୍ବ ପ୍ରଥମେ କୃଷକମାନେ ପାଇକମାଲ ବଜାର ପ୍ରାଙ୍ଗଣରେ ମିଳିତ ହୋଇ ଶୋଭାଯାତ୍ରାରେ ବାହାରି ପାଇକମାଲ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଚାଷୀ ଓ ମହିଳା ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥିଲେ । ପାଇକମାଲ ତହସିଲ ଅଫିସ ସମ୍ମୁଖରେ ଚାଷୀ ନେତା ବିଶ୍ଵନାଥ ରଣାଙ୍କ ସଭାପତିତ୍ୱରେ ଏକ କୃଷକ ସମାବେଶ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ନେତାମାନେ ବକୃତା ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ପାଇକମାଲ ବ୍ଲକକୁ ମରୁଡ଼ି ଘୋଷଣା, ସମ୍ପୁର୍ଣ୍ଣ ରୂପେ କୃଷିରଣ ଛାଡ, କୃଷକ ନିମନ୍ତେ କେନ୍ଦ୍ର ସରକାରଙ୍କର କୃଷି ଆଇନ ପ୍ରତ୍ୟାହାର, ପାଇକମାଲ ସମସ୍ତ ଜମିକୁ ଜଳସେଚନ ସୁବିଧା, ବିକ୍ରୟ ହୋଇଥିବା ଧାନବସ୍ତାର ଟଙ୍କା ପ୍ରଦାନ, ଜମିର କିସମ ପରିବର୍ତ୍ତନ, ଉଠା ଜଳସେଚନ ବିଦ୍ୟୁତ ଶୁକ୍ଲ ଛାଡ, ଶ୍ରମିକମାନଙ୍କୁ କାମ ଯୋଗାଣ, ଚାଷୀ ଓ ଶ୍ରମିକ ପରିବାରକୁ ରାସନ କାର୍ଡ ଏବଂ କାଳିଆ ଯୋଜନା ଅର୍ଥ ଯୋଗାଇବା ଆଦି ନଅ ଦଫା ସମ୍ବଳିତ ଦାବିପତ୍ରକୁ ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଚାଷୀ ସମାବେଶରେ ଚାଷୀ ମାନଙ୍କ ମଧ୍ୟରୁ ଦହିତ ସାହୁ, ବାଳକୃଷ୍ଣ ବନଛୋର, ମୁକ୍ତେଶ୍ଵର ପଟେଲ, ପୀତାମ୍ବର ସାହୁ, ରାସ ବିହାର ସାହୁ, ବିପିନ ବିହାର ଠାକୁର, ପୁସ୍କର ବରିହା, ମଳୟ ଭୋଇ, ଲିଙ୍ଗରାଜ ପ୍ରଧାନ, ଅଜିତ ଶତପଥୀ, ନନ୍ଦଲାଲ ତ୍ରିବେଦୀ, ଯୁଧିଷ୍ଠିର ସାହୁ, ଅଶୋକ ସାହୁ, ବାଞ୍ଚାନିଧି ସାହୁ, କୈଳାସ ସାହୁ, ବିରେନ ପ୍ରଧାନ, ଅଶୋକ ସାହୁ, ହର ବଣିଆଙ୍କ ସମେତ ଚାଷୀ ସାମିଲ ଥିଲେ । ଆଗାମୀ ସମୟରେ ଯଦି ସରକାର ପଦକ୍ଷେପ ନ ନେବେ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.