oom

+୨ ରାଜନୀତି ବିଜ୍ଞାନ ଦ୍ଵିତୀୟ ବର୍ଷ ପୁସ୍ତକର ସଂଶୋଧନ ପାଇଁ ପାଇକମାଲ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ କପିଲ ମୁନି ଆଶ୍ରମର କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ଆହ୍ୱାନରେ ପାଇକମାଲ ନୃସିଂହନାଥ ଧର୍ମଶାଳା ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲକୋ ଆନ୍ଦୋଳନର ମିଥ୍ୟା ଇତିହାସର ସଂଶୋଧନର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଭୁଲ ପ୍ରକାଶିତ ଇତିହାସର ସଂଶୋଧନ କରାଯାଉ, ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତି ରୂପେ ଘୋଷଣା କରି ସାମ୍ବିଧାନିକ ଭାବେ ସୁରକ୍ଷା କରାଯାଉ, ପର୍ବତର ବିପୁଳ ଜଳ ସମ୍ପଦ ଏବଂ ବନୌଷଧିର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯାଉ, ବାଲକୋ ହାଟଓ ଗନ୍ଧମାର୍ଦ୍ଧନ ବଚାଓ ଇତିହାସର ତର୍ଜମା ପୂର୍ବକ ଶିକ୍ଷାନୁଷ୍ଠାନରେ ସ୍ଵତନ୍ତ୍ର ସ୍ଥାନ ଦିଆଯାଉ ଆଦି ବିଷୟ ଉପରେ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ରଘୁ ପ୍ରଧାନ, ପାଇକମାଲ ସରପଞ୍ଚ ଧବଳେଶ୍ଵର ସାହୁ, ଗିରିଶ ଡନସେନା, ସଂଯୁକ୍ତ ଜାନି, ଜ୍ୟୋଷ୍ଣମାୟୀ ସାହୁ, ରାଜେନ୍ଦ୍ର ରାଉତ, ରାଜକୁମାର ସେଠ, ମୋହନ ଜଗତ, ନରସିଂହ ବାବା, ଡାଇମଣ୍ଡ ଭୋଇ, ନକୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଦାବୀ ପୂରଣ ନହେଲେ ଆଗକୁ ଭୟଙ୍କର ଆନ୍ଦୋଳନ ହେବ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ରବିନାରାୟଣ ସାହୁ ସଭାରେ ଯୋଗ ଦେଇଥିବା ସମସ୍ତ ଗନ୍ଧମାର୍ଦ୍ଧନ ପ୍ରେମୀଙ୍କୁ ଧନ୍ୟବାଦ୍ ଦେଇଥିଲେ ।

jittmm
Leave A Reply

Your email address will not be published.