jayashree

ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ଦାବୀରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ମିଳିନଥିବା ବେଳେ ଆଜି ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ, ଗ୍ରାମର ଶତାଧିକ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏହି ଗୁରୁମୁନି ଗାଁରେ ୩୦୦ରୁ ଅଧିକ ଲୋକେ ବସବାସ କରନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ରାଜସ୍ୱ ମାନ୍ୟତା ପାଇନଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ପ୍ରଶାସନକୁ ମଧ୍ୟ ଲିଖିତ ଭାବେ ମଧ୍ୟ ଜଣାଇଥିବା ବେଳେ ଲୋକଙ୍କ ମନରେ ଅନେକ ଆଶା ମଧ୍ୟ ରହିଛି ଯେ ପ୍ରଶାସନର ସୁବିଚାର କରି ଉକ୍ତ ଗାଁକୁ ରାଜସ୍ୱ ମାନ୍ୟତା ଘୋଷଣା କରିବେ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.