oom

ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାସ୍ତରୀୟ ଅମଲା ମଞ୍ଚ ତରଫରୁ ଆଜି ଜିଲ୍ଲା ଅଧିକାରୀମାନଙ୍କୁ ମିଳିତ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ସଦସ୍ୟମାନଙ୍କର ବିଭିନ୍ନ ଦାବୀ ସମ୍ଵନ୍ଧରେ ଆଜି ଦାବୀପତ୍ର ଦିଆଯାଇଛି । ସେହିପରି ପ୍ରେକ୍ଷୀରେ ଆଜି ପଦ୍ମପୁର ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ଅଧିକାରୀମାନଙ୍କୁ ଦାବୀପତ୍ର ଦିଆଯାଇଛି । ଦାବୀପତ୍ର ଅନୁଯାୟୀ ସରକାର ଓ.ଆର୍‌.ଏସ୍.ପି. ନିୟମ ୨୦୧୭ ଅନୁଯାୟୀ ଅମଲା ସଦସ୍ୟମାନଙ୍କର ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗର ପୂରଣ ନିମନ୍ତେ ଆଜି ମିଳିତ ଅମଲା ମଞ୍ଚ ପକ୍ଷରୁ ସମସ୍ତ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଅବଗତି ନିମନ୍ତେ ଦାବୀପତ୍ର ଦିଆଯାଇଛି । ତେବେ ପୂର୍ବରୁ ଏହି ଦାବୀ ଗୁଡିକ ବରମ୍ବାର ହେଇ ଆସୁଥିଲେ ମଧ୍ୟ ସରକାର ଶୁଣୁ ନଥିବା କହି ଆସନ୍ତା ୧ ଜୁନ ପର୍ଯ୍ୟନ୍ତ ସରକାର ଦାବୀ ପୂରଣ ଦିଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ନଚେତ ମିଳିତ ଅମଲା ମଞ୍ଚ ସାମୁହିକ ଭାବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଛୁଟିରେ ଯିବା ସହ କାର୍ଯ୍ୟ ବନ୍ଦ କରିବ ବୋଲି ଦାବୀରେ ଉଲ୍ଲେଖ କରିଛନ୍ତି । ଏହାର ଟୋକନ ସଦୃଶ ଆସନ୍ତା ୨୨ ମଇରୁ ୩୦ ମଇ ଯାଏ କଳା ବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇବେ ବୋଲି କହିଛନ୍ତି ଅମଲା ମଞ୍ଚର ସଦସ୍ୟ ।

jittmm
Leave A Reply

Your email address will not be published.