କେନ୍ଦୁପତ୍ର କର୍ମଚାରୀ ମହାସଂଘ ପକ୍ଷରୁ ୮ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ହଲ୍‌ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କର୍ମଚାରୀ ଓ ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯିବା ସହ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକଙ୍କ ଜରିଆରେ ଏକ ୮ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସଭାପତି ପ୍ରବାତ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କର୍ମକର୍ତ୍ତାମାନେ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କ ପ୍ରତି ସରକାରୀ ବିମୁଖତାକୁ ନେଇ ବର୍ଷିଥିଲେ । ସଭା ପରେ ପରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ସମ୍ମଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ରରେ ସିଜନାଲ ଚେକର, ମୁନସୀ, ଚପରାସୀ, ଜଗୁଆଳିଙ୍କ କାର୍ଯ୍ୟକାଳକୁ ୬ ମାସ ଓ ବନ୍ଧାଳି ଚେକର, ସର୍କଲ ଚେକରମାନଙ୍କ କାର୍ଯ୍ୟକାଳକୁ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା, କର୍ମଚାରୀମାନଙ୍କ ଅବସର ପରେ ସେମାନଙ୍କୁ ପେନସନ ପ୍ରଦାନ କରିବା, ଦରମା ବୃଦ୍ଧି କରିବା, କର୍ମଚାରୀମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶିକୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା, ତୋଳାଳିମାନଙ୍କ କେରି ପ୍ରତି ମୂଲ୍ୟ ବୃଦ୍ଧି କରିବା, କାର୍ମଚାରୀମାନଙ୍କ ସାମଜିକ ସୁରକ୍ଷା ସହାୟତାକୁ ପୁନଃ ପ୍ରଚଳନ କରିବା, କେନ୍ଦୁପତ୍ରର ଘରୋଇକରଣ ଉଚ୍ଛେଦ କରିବା ଓ କେନ୍ଦୁପତ୍ରରୁ ଜିଏସ୍‌ଟିକୁ ପତ୍ୟାହାର କରିବା ପାଇଁ ଦାବୀ ପ୍ରକାଶ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଡିଭିଜନ ସଭାପତି ରବିନ୍ଦ୍ର ଦ୍ୱାରୀ, ସଂପାଦକ କୃଷ୍ଣଚନ୍ଦ୍ର ରାଜପୁତ, ଉପଦେଷ୍ଟା ନାରାୟଣ ଉଦୁରକୁଲିଆ, କର୍ମଚାରୀ ନେତା ହେମନ୍ତ ବସ୍ତିଆ, ଦୀପକ ପାଣି, ଉଦ୍ୟାନ ବିଭାଗ କ୍ଷେତ୍ର କର୍ମଚାରୀ ନେତା ଶଶାଙ୍କ ମିଶ୍ର, ଟିଟିଲାଗଡ ଡିଭିଜନ ସଂପାଦକ ଛବିଳ ସିଂ ଚିନ୍ଦା, ଭବାନୀପାଟଣା ଡିଭିଜନ ସଂପାଦକ ନିମାଇଁ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.