oom

ଓଡିଶା ସରକାରୀ ହାଇସ୍କୁଲର ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନା ଶିକ୍ଷକ ସଂଘର ଏକ ର‍୍ୟାଲି ସ୍ଥାନୀୟ ରାମ ଗୋପାଳ ହିନ୍ଦୀ ହାଇସ୍କୁଲରୁ ବାହାରି ଥିଲା । ଶିକ୍ଷକମାନେ ଶୋଭାଯାତ୍ରା ମାଧ୍ୟମରେ ବାହାରି ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କଲା ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ପ୍ରତିବାଦ ସଭାରେ ତାଙ୍କର ଦୁଇଟି ଦାବୀ ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାଥମିକ ନିଯୁକ୍ତି ଶିକ୍ଷକମାନଙ୍କ ନିୟମିତକରଣ ପ୍ରକ୍ରିୟା ଅହେତୁକ ବିଳମ୍ବ ହେବା ଓ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିବଦ୍ଧ ଶିକ୍ଷକମାନଙ୍କର ୬ ବର୍ଷର ଚୁକ୍ତି ସମୟକୁ ମୁଳ ଚାକିରିରେ ଗଣନା କରିବା ତଥା ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଦାବୀ ଉପରେ ପ୍ରତିବାଦ କରାଯାଇଥିଲା । ପ୍ରତିବାଦ ସଭାରେ ସଂଘର ରାଜ୍ୟ ଉପସଭାପତି ନରେଶ ଦ୍ୱାରି, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବରିଷ୍ଠ ଆଇନଜୀବୀ ତଥା ସଭାପତି କୋଶଲ ସମନ୍ୱୟ ସମିତି ପ୍ରମୋଦ କୁମାର ମିଶ୍ର, ସଂପାଦକ ବଲାଙ୍ଗିର ନାଗରିକ କମିଟି ତଥା ଶିକ୍ଷାବିତ୍‌ ମନୋରଂଜନ ସାହୁ, ବଲାଙ୍ଗିର ପ୍ରାଥମିକ ନୂତନ ପେନସନ ଯୋଜନାର ସଭାପତି ଶିତୋଷ କୁମାର ପାଣିଗ୍ରାହୀ, ସଂଘର ଉପଦେଷ୍ଟା ଡୋଳାମଣି ସାହୁ, ପ୍ରାଥମିକ ନିଯୁକ୍ତି ଶିକ୍ଷକ ସଂଘର ସଭାପତି ଶୁଧାଂଶୁ ଶେଖର ବାରିକ, ଶିକ୍ଷୟତ୍ରୀ ଅର୍ଚ୍ଚନା ହନୁମାନ ଉଦ୍‌ବୋଧନ ଦେଇଥିଲେ । ପ୍ରତିବାଦ ସଭା ପରେ ଉପଜିଲ୍ଲାପାଳ ସଭା ସ୍ଥଳକୁ ଆସି ଦାବୀପତ୍ର ଗ୍ରହଣ କରିଥିଲେ ଓ ଦାବୀପତ୍ରଗୁଡିକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ପ୍ରତିବାଦ ସଭାଟି ସଂଘର ସଭାପତି ରାମ କୁମାର ଭୋଇ ଓ ସଂପାଦକ ବୀରକିଶୋର ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା । ସରକାର ସଂଘର ଦାବୀଗୁଡିକୁ ଶୀଘ୍ର ପୁରଣ ନ କଲେ ଆଗାମୀ ଦିନରେ ମେଟ୍ରିକ ଏସ୍‌ଏ-୨ ପରିକ୍ଷାକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ଶେଷରେ ସଂଘର ଉପଦେଷ୍ଟା ଦ୍ୱିତୀ ରଂଜନ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.