centurian jitm

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବୀପତ୍ର ପ୍ରଦାନ କଲା ଛାତ୍ର କଂଗ୍ରେସ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜମି ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏକ ୩ ଦଫା ଦାବୀପତ୍ର ରାଜ୍ୟପାଳ ତଥା ବିଶ୍ୱ ବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଜି ମଧ୍ୟାହ୍ନରେ ବିଶ୍ୱ ବିଦ୍ୟାଳୟର ଛାତ୍ର ନେତା ତଥା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଏ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଯେହେତୁ ବିଶ୍ୱ ବିଦ୍ୟାଳୟର ନାଁରେ ଆଜି ପର୍ଯ୍ୟନ୍ତ ଜମି ହସ୍ତାନ୍ତର ହୋଇପାରୁନାହିଁ ତେଣୁ ବିଶ୍ୱ ବିଦ୍ୟାଳୟ ତଥା ଏହାର ଛାତ୍ରଛାତ୍ରୀମାନେ ସରକାରଙ୍କ ଅନେକ ପ୍ରକାର ସୁବିଧାରୁ ବଂଚିତ ହେଉଛନ୍ତି । ଯେପରି କି ବିଶ୍ୱ ବିଦ୍ୟାଳୟ ନାଁରେ ଜମି ନ ଥିବାରୁ ଏନ୍‌ସିଟିଇ ଏ ବର୍ଷ ବି.ଇଡି ପାଠ୍ୟକ୍ରମରେ ନାମଲେଖା ବନ୍ଦ କରିଦେଇଛି । ଆହୁରି ମଧ୍ୟ ଅଧ୍ୟାପକ ଓ ପ୍ରାଧ୍ୟାପକ ଅଭାବରୁ ଅନେକ ଗୁଡିଏ ବିଭାଗ କେବଳ ସାଇନବୋର୍ଡରେ ପରିଣତ ହୋଇ ସାରିଲାଣି । ସେ ସବୁ ବିଭାଗ ଗୁଡିକରେ ବିଦ୍ୟାର୍ଥୀମାନେ କିପରି ପାଠ ପଢିବେ କେହି କହି ପାରୁନାହାନ୍ତି । ଯେହେତୁ ଏହି ବିଶ୍ୱ ବିଦ୍ୟାଳୟ ସାମଗ୍ରୀକ ଭାବେ ଏକ ପଛୁଆ ତଥା ଗରିବ ଅଂଚଳରେ ଅବସ୍ଥିତ । ଏଠିକାର ଛାତ୍ରମାନେ ବାହାରେ ଶିକ୍ଷାଲାଭ କରିବା ପାଇଁ ଆର୍ଥିକ ସ୍ତରରେ ସମର୍ଥ ନୁହନ୍ତି । ତେଣୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ କୁଳାଧିପତିଙ୍କ ଉଦ୍ଦେଶ୍ୟରେ ବିଶ୍ୱ ବିଦ୍ୟାଳୟର କୁଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଦାବୀପତ୍ର ପ୍ରଦାନ କରିବା ସହିତ ଯଦି ଏ ସବୁ ସମସ୍ୟା ସମାଧାନର ବାଟ ଶୀଘ୍ର ବାହାର କରା ନଯାଏ ତେବେ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସମଗ୍ର ଅଂଚଳର ଛାତ୍ର/ଛାତ୍ରୀ ଅଭିଭାବକଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ଏକ ଦାବୀପତ୍ର ଯାହାକି କୁଳପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସେଥିରେ ବିଶ୍ୱ ବିଦ୍ୟାଳୟ ପାଇଁ ଖେଳ ପଡିଆ, ୟୁନିଭରସିଟିର ନିଜସ୍ୱ ଲାଇବ୍ରେରି, ରିଡିଂ ରୁମ୍‌, ଷ୍ଟୁଡେଣ୍ଟ କମନ ରୁମ୍‌ ଇତ୍ୟାଦି ସମସ୍ୟା ଶୀଘ୍ର ପୂରଣ କରିବା ପାଇଁ ଦାବୀ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ନିତିଶ ପ୍ରଧାନ, ଶୁଭେନ୍ଦୁ ସାହୁ, ଦିନେଶ ସାହୁ, ଅଂଚଳ ପଣ୍ଡା, ସରୋଜ ସାହୁ, ଅମନ ଅଲି, ପାୟଲ ଅଗ୍ରୱାଲ, ନାରାୟଣ ସାହୁ, ଆଶିଷ ମହାରଣା, ବିଷ୍ଣୁ ପ୍ରସାଦ ଭୁଏ, ସମିର କୁମ୍ଭାର, ରାଜେନ୍ଦ୍ର ଭୋଇ, ଚିନ୍ମୟ ବେହେରା ଓ ରୋଶନ ପଣ୍ଡା ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ ।

Leave A Reply

Your email address will not be published.