centurian jitm

ଟାଟା ପାୱାରର ମାତ୍ରାଧିକ ବିଲ ବିରୁଦ୍ଧରେ ବଲାଙ୍ଗିର ହୋଟେଲ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଟା ପାୱାରର ମାତ୍ରାଧିକ ବିଲ ବିରୁଦ୍ଧରେ ବଲାଙ୍ଗିର ହୋଟେଲ ସଂଘ ପକ୍ଷରୁ ଟାଟା ପାୱାର ବଲାଙ୍ଗିର ଶାଖାର ସୁପରିଷ୍ଟେଣ୍ଡଣ୍ଟ ଇଂଜିନିଅରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଜୟପ୍ରକାଶ ପୁରୋହିତ ଓ ସଂପାଦକ ରବି ପୁଜାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ପେଲେସ ଲାଇନ ସ୍ଥିତ ଏସ୍‌.ଇ. ଅଫିସକୁ ଯାଇ ସହରର ଦୁର୍ବଳ ବିଜୁଳି ସମସ୍ୟା ସହିତ ମାତ୍ରାଧିକ ବିଜୁଳି ବିଲ ଉପରେ କ୍ଷୋଭ ପ୍ରକାଶ କରି ଏସ୍‌.ଇ. ରଂଜନ ନାୟକଙ୍କୁ ଏସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମସ୍ତ ହୋଟେଲର ମିଟରକୁ ପୁନଃ ପରୀକ୍ଷା କରାଯିବା ସହିତ ବିଲ ଗୁଡିକୁ ପୁନଃ ଗଣନା କରାଯିବା ନେଇ ଏସ୍‌.ଇ. ଶ୍ରୀ ନାୟକ ସଂଘକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ରାଜ୍ୟର ପ୍ରତିଦିନ ବିଜୁଳି ସମସ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ଟାଟା ପାୱାରକୁ ରାଜ୍ୟର ବିଜୁଳି ଦାୟିତ୍ୱ ପ୍ରଦାନ କରିଛନ୍ତି । ରକ୍ଷଣା ବେକ୍ଷଣ ଓ ଉନ୍ନତ ସେବା ନାଁରେ କମ୍ପାନି ମୋଟା ଅଙ୍କ ନେଉଥିବା ବେଳେ ଏବେ ବିଜୁଳି ଦର ଦୁଇ ଗୁଣ ହୋଇଛି ବୋଲି ଅଭିଯୋଗ ହେଉଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଦୁଇ ଗୁଣ ବିଜୁଳି ଦର ଦେବା ସତ୍ୱେ ଗ୍ରାହକ ଉଚ୍ଚ ମାନର ସେବା ପାଇପାରୁ ନାହାନ୍ତି । ଯାହାର ପ୍ରତିକୁଳ ପ୍ରଭାବ ସିଧା ସଳଖ ଅଂଚଳର ଅର୍ଥନୀତି ଉପରେ ପଡୁଛି ବୋଲି ମତ ପ୍ରକାଶ ପାଇଛି । ନିମ୍ନ ମାନର ବିଜୁଳି ସେବାକୁ ଟାଟ ପାୱାରର ମନମାନୀ ବିଲ ବୋଝ ଉପରେ ନଳିତା ବିଡା ସାଜିଛି । ଦୀର୍ଘ ଦିନ ହେବ ସାଧାରଣ ଜନତା ଓ ବ୍ୟବସାୟୀ ଏଥିରୁ ଅତିଷ୍ଠ ହୋଇ ପଡିଥିବା ବେଳେ ଏବେ ଜିଲ୍ଲା ହୋଟେଲ ସଂଘ ଟାଟା ପାୱାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ହୋଟେଲ ମାଲିକ ସଂଘର ସଂପାଦକ ରବି ରଂଜନ ପୁଜାରୀ କହିଛନ୍ତି । କରୋନା ମାହାମାରୀ ହୋଟେଲ ବ୍ୟବସାୟର ବିଶେଷ ଭାବରେ କ୍ଷତି କରିଛି । ଏବେ ଧିରେ ଧିରେ ଏହି ବ୍ୟବସାୟ ନିଜ ଅଣ୍ଟା ସିଧା କରୁଥିବା ବେଳେ କାଁ ଭାଁ ହୋଟେଲ ରୁମ ବୁକ ହେଉଛି । ଏଭଳି ଅବସ୍ଥାରେ ହୋଟେଲ ମାନଙ୍କ ବିଜୁଳି ବିଲ ଆକାଶ ଛୁଆଁ କିପରି ହେଉଛି ତାହା ବୁଝା ପଡୁନାହିଁ ବୋଲି ସଂଘର ସଭାପତି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ସଂଘର ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ଜନ୍ମେଜୟ ଭ୍ରମର, ରାମ ଦାଶ, ଅଭିଜିତ ମିଶ୍ର, ବୁଲୁ ପୁରୋହିତ, ଶଙ୍କର ଜୁଏଡ, ରାହୁଲ ସାହୁ, ବିଜୟ ବେହେରା, ମହାତ୍ମା ସାହୁ, ଅଶୁତୋଷ ସାହୁ, ଅମିତ ବରେଇ ଓ ପିଙ୍କୁ ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.