ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ ଆଣି ବ୍ଲକ ଫାଟକ ସମ୍ମୁଖରେ ବିଜେପି ନେତା ଦେଲେ ଧାରଣା : ବିଭିନ୍ନ ଯୋଜନାରେ ଅନିୟମିତତା ନେଇ ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାସହୀନ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଗୃହ ଯୋଗାଇ ଦିଆଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ଏହି ଯୋଜନାରେ ମହାଦୁର୍ନୀତି ହୋଇଥିବା ଭାଜପା ଅଭିଯୋଗ ଆଣିଛି । ଏନେଇ ରାଜ୍ୟ ବିଜେପି ସଭାପତିଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ଭାଜପା ନେତାମାନେ ବ୍ଲକ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଗୁରୁବାର ଧାରଣାରେ ବସିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିସହ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ପୂର୍ବତନ ଜିଲ୍ଲା ପରିଷଦ ତଥା ରାଜ୍ୟ ଭାଜପା ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ରାଜ୍ୟ ଉପସଭାପତି ଭୁଗ୍ରୁ ବକ୍ସି ପାତ୍ର, ଜିଲ୍ଲା ସଭାପତି ବିଭୁତି ଜେନା, ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର କର, ଜିଲ୍ଲା ଅନୁସୂଚିତ ଜାତି ସମ୍ପାଦକ ଭୀମସେନ ବେହେରା, ଆଇନଜୀବୀ ପ୍ରଦୀପ କୁମାର ପାଢୀ ପ୍ରମୁଖ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଥିଲେ । ଗଞ୍ଜାମ ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳି ନଥିବା ବେଳେ ବିଭିନ୍ନ ପଞ୍ଚାୟତରେ କୋଡିଏ ହଜାର ଟଙ୍କା ଲାଞ୍ଚ ନେଇ ଅଯୋଗ୍ୟଙ୍କ ଆବାସ ଗୃହ ଯୋଗାଇ ଦିଆଯାଇଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରି ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ବଦଳରେ ରାଜ୍ୟ ସରକାର ତାହା ବିଜୁ ପକ୍କାଘର ବୋଲି ବାହାବା ନେଉଥିବା ବିଜେପି ନେତା ଅଭିଯୋଗ କରିଛନ୍ତି । ଡୁପ୍ଲିକେଟ ନାମ ତାଲିକାରେ ଯୋଡି ଅନେକ ଅନିୟମିତତା ହୋଇଛି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି । ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା କୋଡ଼ିନେଟର ମଧୁସୁଦାନ ସାହୁ, ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ନଗର ସଭାପତି ସୁଦାମ ଚରଣ ଜେନା, ଆଇନଜୀବୀ ରାମଚନ୍ଦ୍ର ବେହେରା, ପ୍ରଭାତ କିରଣ ଶଢଙ୍ଗୀ, ଶ୍ରୀଧର ବାଡ଼ତ୍ୟା, ସୀମାଞ୍ଚଳ ବାଡ଼ତ୍ୟା, ହେମନ୍ତ ନାହାକ, ମନୋଜ କୁମାର ପଣ୍ଡା ପ୍ରମୁଖଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.