oom

ବିଭିନ୍ନ ସମସ୍ୟାକୁ ନେଇ ଦଳିତ ଅଧିକାର ମଂଚ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଆଜି ଦଳିତ ଅଧିକାର ମଂଚ ପକ୍ଷରୁ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ଦଳିତ ଅଧିକାର ମଂଚ ନୂଆପଡାର ଆବାହକ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଦଳିତ ଅଧିକାର ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବଲଧା ପଂଚାୟତର ବଲଧା, ସାନମୂଲା, ବର୍ଲାବାହାଲି ଓ ସିନ୍ଧିଭାଡି ଗାଁରେ ବର୍ଷାଧିକ କାଳ ହେବ ନରେଗା କାମ ଜମି ମରାମତି ପାଇଁ ୩୦ରୁ ଅଧିକ ଲୋକ କାର୍ଯ୍ୟାଦେଶ ପାଇଥିଲେ । ଦଳିତ ଅଧିକାର ମଂଚ ନିକଟକୁ ଆସିଥିବା ଆଧାରରେ ଜମି ମରାମତି ଟଙ୍କା ଲୋକ ମାନଙ୍କୁ ମିଳିନାହିଁ । ଏ ପ୍ରକାର ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଅସୁବିଧା ଓ ଟଙ୍କା ଆତ୍ମସାତର ଅଭିଯୋଗ ଆସିଥିଲା । କାମ ସଂମ୍ପୂର୍ଣ୍ଣ କରି ସାରିଥିବା ସମସ୍ତ ଶ୍ରମିକମାନଙ୍କୁ ତାଙ୍କ ବକେୟା ଟଙ୍କା ଶୀଘ୍ର ଦିଆଯିବା ପାଇଁ ଦଳିତ ଅଧିକାର ମଂଚ ପକ୍ଷରୁ ବଙ୍ଗୋମୁଣ୍ଡା ବିଡିଓଙ୍କ ସହ ବଲଧା ପଂଚାୟତର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଏଥିରେ ଭୂମିସୂତା ତାଣ୍ଡି, ବିଦ୍ୟାଧର ପଣ୍ଡା, ସୁନିଲ ମିଶ୍ର, ସଦାନନ୍ଦ ପୁଟେଲ, ମତିରାମ ଛୁରା, ସାନନ୍ଦ ପୁଟେଲ, ଦିପକ ତାଣ୍ଡି, ତ୍ରିଲୋଚନ ନାଏକ, ଭବାନୀ ଶଙ୍କର ନାଏକ, ଗୋଲୁ ତାଣ୍ଡି, ମକାରୁ ସଗ୍ରିଆ, ରବି ଛୁରା, ବରୁଣ ଛୁରା ପ୍ରମୁଖଙ୍କ ସମେତ ପଂଚାୟତର ବିଭିନ୍ନ ଗାଁର ହିତାଧିକାରୀମାନେ ଦାବୀପତ୍ର ସମୟରେ ଉପସ୍ଥିତ ଥିଲେ । ଆଗାମୀ ୧୫ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.