oom

ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ବିଭିନ୍ନ ସମସ୍ୟାକୁ ନେଇ ଏବିଇଓଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଜୋନାଲ ସମ୍ପାଦକ ତପନ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏବିଇଓ ନାରାୟଣ ଭୋଇଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ସମ୍ପାଦକ ଶ୍ରୀ ଦାସଙ୍କ ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ଶିକ୍ଷକ ସଂଘ ଜିଲ୍ଲା ସ୍ତରରେ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ହେଉଛି । ସେମାନଙ୍କ ସହିତ ବିଭାଗ ଆଲୋଚନା କରି ସ୍କୁଲମାନଙ୍କରେ ସ୍ଥାପିତ କରିବା ପାଇଁ ଦାବୀରେ ଉଲ୍ଲେଖ ରହିଛି । ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୌଣସି କାମରେ ବିଇଓଙ୍କ କାର୍ଯ୍ୟାଳୟକୁ ଆସିଲେ କିଛି କିରାଣୀ ମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ବେଳେ ତାଙ୍କର କିଛି କର୍ମଚାରୀ ମାନଙ୍କୁ ସହଯୋଗ କରୁଥିବା ମଧ୍ୟ ଜଣାପଡିଛି ।ଦାବୀପତ୍ର ପ୍ରଦାନ ସମୟରେ ତପନ ଦାସ, ଝରଣା ମିନି ଛତ୍ରିଆ, ସହଦେବ ସୁନା, ବିଭୁତି ନାଏକ, ବୈକୁଣ୍ଠ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.