oom

ରୋଷେୟାମାନଙ୍କୁ ଶ୍ରମିକ ମାନ୍ୟତା ଦେବାକୁ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମଲେଶ୍ୱରୀ ରୋଷେୟା ସଂଘର କର୍ମକର୍ତ୍ତାମାନେ ରୋଷେୟାମାନଙ୍କୁ ଶ୍ରମିକ ମାନ୍ୟତା ଦେବା ପାଇଁ ଦାବୀ ଉପସ୍ଥାପିତ କରିଛନ୍ତି । ରୋଷେୟା ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକଜୁଟ ହୋଇ ଲିଖିତ ଭାବେ ଶ୍ରମ ଅଧିକାରୀଙ୍କୁ ଏ ସଂକ୍ରାନ୍ତିୟ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ରରେ ସମସ୍ତ ରୋଷେୟା ଭାଇମାନଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯିବା ନେଇ ସଂଘ ଦାବୀ କରିଥିଲା । ସଂଘର ଉପଦେଷ୍ଟା ବିଶ୍ୱମୟ ପୂଜାରୀଙ୍କ ନେତୃତ୍ୱରେ ରଷେୟା ସଂଘର ସଭାପତି ବସନ୍ତ ତ୍ରିପାଠୀ, ସଂପାଦକ ଗୋକୁଳା ମିଶ୍ର, ଗଦାଧର ପଣ୍ଡା, ଗିରିଶ ମିଶ୍ର, ଆଦିକନ୍ଦ ରଥ, ରମାକାନ୍ତ ମିଶ୍ର, ଦେବାର୍ଚନ ଦାଶ, ରଞ୍ଜନ ଦାଶ, ରାଜକୁମାର ଦାଶ ଚିତ୍ତରଞ୍ଜନ ମିଶ୍ରଙ୍କ ସମେତ ଶତାଧିକ ରୋଷେୟା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.